Wednesday, October 7, 2026
21.5 C
Odisha

    ତ୍ୱଚାକୁ ଶୁଷ୍କତାରୁ ରକ୍ଷା କରିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

    ଆଗକୁ ପଢନ୍ତୁ

    ଶୀତ ଋତୁରେ ତ୍ୱଚାକୁ ସୁସ୍ଥ ଓ ଉଜ୍ଜ୍ୱଳ କରିବା ପାଇଁ ଖାଦ୍ୟରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି। ଏମିତି କିଛି ସୁପରଫୁଡ୍ ରହିଛି ଯାହା ଶୀତଦିନେ ତ୍ୱଚାକୁ ଶୁଷ୍କ ହେବାରୁ ରକ୍ଷା କରିବାରେ ସହାୟକ ହୋଇଥାଏ।ଥଣ୍ଡା ପାଗରେ ଝାଳ ବାହାରିବା କମ୍ ହୋଇଥାଏ। ଏହା ଦ୍ୱାରା ଲୋକମାନେ ଗ୍ରୀଷ୍ମ ଋତୁ ତୁଳନାରେ କମ୍ ପାଣି ପିଇଥାନ୍ତି। ଏହାର ପ୍ରଭାବ ଆମ ତ୍ୱଚା ଉପରେ ଦେଖିବାକୁ ମିଳିଥାଏ। ତେଣୁ ଶୀତ ଋତୁରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ।

    ଅଧିକ ଚା’ କିମ୍ବା କଫି ପିଇବାଠାରୁ ଦୂରେଇ ରୁହନ୍ତୁ।

    ତ୍ୱଚା ଶୁଷ୍କ ହେବାରୁ ରକ୍ଷା ପାଇବା ପାଇଁ ଭିଟାମିନ୍-ଇ, ଭିଟାମିନ୍-ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟଯୁକ୍ତ ଜିନିଷ ଖାଆନ୍ତୁ। ଏଥିପାଇଁ ଖାଦ୍ୟରେ ଶୁଖିଲା ଫଳ, ସବୁଜ ପନିପରିବା କିମ୍ବା ଋତୁକାଳୀନ ଫଳ ସାମିଲ କରନ୍ତୁ। ଏହା ତ୍ୱଚାର ଆର୍ଦ୍ରତା ବଜାୟ ରଖିବାରେ ସାହାଯ୍ୟ କରିଥାଏ।

    ଏହା ବ୍ୟତୀତ ଦୁଗ୍ଧ ଜାତ ଦ୍ରବ୍ୟ ତ୍ୱଚାକୁ ତୈଳଯୁକ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

    ଜଙ୍କଫୁଡ୍, ଫାଷ୍ଟଫୁଡ୍ ଏବଂ ଅଧିକ ତେଲ ଜିନିଷ ଖାଇବାଠାରୁ ଦୂରେଇ ରୁହନ୍ତୁ।

    ଶୀତଦିନେ ଅଧିକ ସମୟ ଗାଧୋଇବା ଠାରୁ ଦୂରେଇ ରହିବା ଉଚିତ। ମାତ୍ର ୫ରୁ ୧୦ ମିନିଟ୍ ଗାଧୋଇବା ଯଥେଷ୍ଟ। ଅଧିକ ସମୟ ଧରି ଗାଧୋଇବା ଦ୍ୱାରା ତ୍ୱଚା ଶୁଷ୍କ କିମ୍ବା ସମ୍ବେଦନଶୀଳ ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    86 %
    1.2kmh
    4 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ