Wednesday, October 7, 2026
21.5 C
Odisha

    ଅଁଳା ଜୁସ ପ୍ରତିଦିନ ପିଇବାର ଫାଇଦା

    ଆଗକୁ ପଢନ୍ତୁ

    ସୁସ୍ଥ ଜୀବନ ଜାପନ କରିବା ପାଇଁ ସମସ୍ତେ ଚାହିଁଥାନ୍ତି। ବର୍ତ୍ତମାନ ଚାଲିଛି ଶୀତ ଋତୁ, ଯାହା ସ୍ୱାସ୍ଥ୍ୟକୁ ଖରାପ କରିଦିଏ ଏବଂ ଅନେକ ରୋଗରେ ମଧ୍ୟ ଆକ୍ରାନ୍ତ ହେବାକୁ ପଡିଥାଏ। ଯେମିତିକି ଶୀତ ଦିନରେ ଥଣ୍ଡା, କାଶ, ଆଣ୍ଠୁଗଣ୍ଠୀ ବିନ୍ଧା ଇତ୍ୟାଦି ସମସ୍ୟା ହୋଇଥାଏ। ଏହା ସହ ହାର୍ଟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଉପୁଜିଥାଏ। ଯଦି ଆପଣ ନିଜକୁ ସୁସ୍ଥ ରଖିବାକୁ ଚାହୁଛନ୍ତି ତେବେ ଆପଣଙ୍କୁ ଏକ ଫଳ ବିଷୟରେ କହିବୁ, ଯାହାକୁ ଖାଇଲେ ଆପଣଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ତେବେ ଆସନ୍ତୁ ଜାଣିବା ସେହି ଫଳର ନାମ କ’ଣ?ସେହି ଫଳଟିର ନାମ ହେଉଛି ଅଁଳା। ଏହା ଅନେକ ସମସ୍ୟରେୁ ମୁକ୍ତି ଦେଇଥାଏ। ଯଦି ଆପଣଙ୍କର ହାର୍ଟ ସମସ୍ୟା, ୟୁମ୍ୟୁନ୍ ସିଷ୍ଟମ୍ ଏବଂ ନିଜର ଓଜନ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ତେବେ ଆପଣ ନିୟମିତ ଭାବରେ ଅଁଳା ଖାଆନ୍ତୁ। ଆର୍ୟୁବେଦ ଅନୁଯାୟୀ, ଅଁଳା ସହିତ ଅଁଳା ପାଣି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଯଦି ଆପଣ ନିୟମତି ଭାବରେ ଅଁଳା ପାଣି ପିଅନ୍ତି ତେବେ ଅନେକ ସମସ୍ୟା ଦୂର ହେବ। ଏହା ସହ ଖାଲି ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ବରଂ କେଶ ପାଇଁ ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ ଏହି ଅଳାଁ ପାଣି। ଆପଣ ଦୈନଦିନ ଖାଦ୍ୟରେ ଅଁଳା ପାଣି ସାମିଲ୍ କରିବା ଦ୍ୱାରା କେଉଁ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ ଆସନ୍ତୁ ଜାଣିବା –

    ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା କମ୍ କରାଏ :ଅଁଳା ପାଣିରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ହାର୍ଟ ସମସ୍ୟାକୁ ମଜବୁତ କରିବାରେ ସାହାଯ୍ୟ କରିବ। ଯଦି ଆପଣଙ୍କର ଗୁରୁତର କିମ୍ବା ସାଂଘାତିକ ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା କମ୍ କରିବାକୁ ଚହୁଁଛନ୍ତି ତେବେ ଆପଣ ଆପଣଙ୍କର ଦୈନଦିନ ଖାଦ୍ୟରେ ଅଁଳା ଜଳକୁ ସାମିଲ୍ କରିବା ଉଚିତ୍। କେବଳ ଏତିକି ନୁହେଁ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଅଁଳା ପାଣି ସହାୟକ ହୋଇପାରିବ।

    ଇମ୍ୟୁନ୍ ସିଷ୍ଟମକୁ ମଜବୁତ୍ ରଖେ :ଅଁଳା ପାଣିରେ ଭଲ ପରିମାଣରେ ଭିଟାମିନ୍ ‘ସି’ ମିଳିଥାଏ। ଯାହା ଦ୍ୱାରା ଇମ୍ୟୁନ୍ ସିଷ୍ଟମ୍ ମଜବୁତ୍ ରହିଥାଏ। ଶୀତଦିନେ ବାରମ୍ବାର ଅସୁସ୍ଥ ନହେବା ପାଇଁ ଅଁଳା ପାଣି ପିଇବା ଅଭ୍ୟାସ୍ କରନ୍ତୁ। ଏହା ସହ ପେଟ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିବରାରେ ସାହାଯ୍ୟ କରିବ।

    ଓଜନକୁ କମ୍ କରେ :ଅଧିକାଂଶ ଲୋକେମାନେ ନିଜର ଓଜନ ବଢିବାକୁ ନେଇ ବହୁତ ଟେନସନରେ ରହୁଛନ୍ତି। ଏହା ସହ ବହୁ ପ୍ରକାର ପରିଶ୍ରମ ମଧ୍ୟ କରୁଛନ୍ତି, ହେଲେ କୌଣସି ଫଳାଫଳ ମିଳୁନାହିଁ। ଯଦି ଆପଣମାନେ ଏହି ଓଜନ ସମସ୍ୟାକୁ ନେଇ ଚିନ୍ତାରେ ରହୁଛନ୍ତି ତେବେ ପ୍ରତ୍ୟେକ ଦିନ ଗୋଟିଏ ଗ୍ଲାସ୍ ଅଁଳା ପାଣି ପିଅନ୍ତୁ। ଆପଣଙ୍କ ଶରୀରରେ ଜମା ହୋଇ ରହିଥିବା ଚର୍ବିକୁ ଜଳାଇବାରେ ଅଁଳା ପାଣି ସାହାଯ୍ୟ କରେ। ଅଁଳା ପାଣି ପିଇ ଆପଣଙ୍କ ଶରୀରର ମେଟୋବୋଲିଜିମକୁ ବଢ଼ାଇପାରିବେ । ଏଥି ସହ ଔଷଧୀୟ ଗୁଣରେ ଭରପୂର ରହିଥାଏ ଅଁଳା ପାଣି, ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    86 %
    1.2kmh
    4 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ