Sunday, March 1, 2026
35.1 C
Odisha

    ତ୍ୱଚାକୁ ସୁନ୍ଦର କରିବ ଚକୋଲେଟ୍ ଫେସ୍ ମାସ୍କ, ଜାଣନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ

    ଆଗକୁ ପଢନ୍ତୁ

    ଆଜିକାଲି ପ୍ରାୟତଃ ସମସ୍ତେ ନିଜ ତ୍ୱଚାକୁ ସୁନ୍ଦର ଏବଂ ଗ୍ଲୋଇଂ କରିବା ପାଇଁ ଅନେକ ପ୍ରକାରର ସ୍କିନ କେୟାର ପ୍ରଡକ୍ଟ ଏବଂ ଘରେ ଉପଲବ୍ଧ ପ୍ରାକୃତିକ ଜିନିଷ ବ୍ୟବହାର କରୁଛନ୍ତି । ସେହିଭଳି ଆପଣ ବଜାରରେ ପ୍ରସ୍ତୁତ ଚକୋଲେଟ୍ ମାସ୍କଗୁଡିକ ନିଶ୍ଚୟ ଦେଖିଥିବେ ଏବଂ ସେଗୁଡିକୁ ବ୍ୟବହାର ମଧ୍ୟ କରିଥିବେ । କିନ୍ତୁ ଆପଣ ଏହାକୁ ଘରେ ତିଆରି କରି ମଧ୍ୟ ଲଗାଇପାରିବେ । ଡାର୍କ ଚକୋଲେଟରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସ୍କିନ ସେଲସଗୁଡ଼ିକୁ ଡ୍ୟାମେଜ ହେବାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ଡାର୍କ ଚକୋଲେଟ କୋଲାଜେନ୍ ପ୍ରଡକ୍ସନ ବୁଷ୍ଟ ତ୍ୱଚାକୁ ହାଇଡ୍ରେଟ୍ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ଚକୋଲେଟ୍ ଫେସ୍ ମାସ୍କ ତ୍ୱଚାକୁ କୋମଳ କରିବା ଏବଂ ଚମକଦାର କରିଥାଏ । ଆପଣ ଘରେ ଚକୋଲେଟ୍ ସହିତ କିଛି ଜିନିଷ ମିଶାଇ ଏହାକୁ ନିଜ ସ୍କିନରେ ଲଗାଇପାରିବେ ।

    କୋକୋ ପାଉଡର ଏବଂ ମହୁ : ଏହି ପେଷ୍ଟ ତିଆରି କରିବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ଏକ ଚାମଚ କୋକୋ ପାଉଡର ନିଅନ୍ତୁ । ଏହା ପରେ ୧ ଚାମଚ ମହୁ ଏବଂ ଏକ ଚାମଚ ଡାଲଚିନି ମିଶାନ୍ତୁ । ଏହି ତିନୋଟି ଜିନିଷକୁ ମିଶାଇ ଏକ ନରମ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଆପଣଙ୍କ ମୁହଁ ଏବଂ ବେକରେ ଲଗାନ୍ତୁ ଏବଂ ତା’ପରେ ୧୫ ରୁ ୨୦ ମିନିଟ୍ ରଖି ପରେ ମୁହଁ ଧୋଇ ଦିଅନ୍ତୁ। ସେହିଭଳି ଡ଼ଲ୍ ସ୍କିନ ପାଇଁ ଚକୋଲେଟ୍ ଫେସ୍ ମାସ୍କ ଲଗାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିପାଇଁ ପ୍ରଥମେ ନ୍ୟାଚୁରାଲ କୋକୋ ପାଉଡର ନେଇ ସେଥିରେ ସମାନ ପରିମାଣର କଫି ପାଉଡର ମିଶାନ୍ତୁ । ଏହା ପରେ ଆପଣ ଏଥିରେ କ୍ଷୀର କିମ୍ବା ନଡିଆ ତେଲ ମିଶାଇ ପାରିବେ । ଏସବୁକୁ ଭଲ ଭାବରେ ମିଶାନ୍ତୁ ଏବଂ ଏହାକୁ ୧୦ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖିବା ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ ।

    ଚକୋଲେଟ୍ ଏବଂ କଦଳୀ : ଚକୋଲେଟ୍ ଏବଂ କଦଳୀ ଫେସ୍ ମାସ୍କ ପ୍ରସ୍ତୁତ କରିବାକୁ ଆପଣଙ୍କୁ ୨ ଚାମଚ କୋକୋ ପାଉଡର, ୧ ପାଚିଲା କଦଳୀ ଏବଂ ୧ ଚାମଚ ମହୁ ଦରକାର । ଏହି ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବାକୁ, ପ୍ରଥମେ ଏକ ପାତ୍ରରେ କଦଳୀ, କୋକୋ ପାଉଡର ଏବଂ ମହୁକୁ ଭଲ ଭାବରେ ମିଶାନ୍ତୁ । ଏହାକୁ ଆପଣଙ୍କ ମୁହଁରେ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ ।

    ଚକୋଲେଟ୍ ଏବଂ ଓଟମିଲ୍ : ଏହି ପେଷ୍ଟ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ୨ ଚାମଚ କୋକୋ ପାଉଡର, ୨ ଚାମଚ ଓଟମିଲ୍ ଏବଂ ୧ ଚାମଚ କ୍ଷୀର କିମ୍ବା ବାଦାମ କ୍ଷୀର ଦରକାର ହେବ । ବର୍ତ୍ତମାନ ଏହାକୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ କୋକୋ ପାଉଡର ଏବଂ ଗ୍ରାଉଣ୍ଡ ଓଟମିଲ୍ ନିଅନ୍ତୁ ।ଏବେ ଏହା ପରେ ଅଳ୍ପ କ୍ଷୀର ମିଶାନ୍ତୁ । ଏହି ପେଷ୍ଟକୁ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଆପଣଙ୍କ ମୁହଁରେ ଲଗାଇ ରଖନ୍ତୁ । ଏହା ପରେ, ଏହାକୁ ବାହାର କରିବା ପାଇଁ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ । ତେବେ ଏହିସବୁ ଚକୋଲେଟ୍ ଫେସମାସ୍କ ଲଗାଇ ଆପଣ ନିଜ ତ୍ୱଚାକୁ ସୁନ୍ଦର ଏବଂ ଗ୍ଳୋଇଂ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.1 ° C
    35.1 °
    35.1 °
    20 %
    3.9kmh
    0 %
    Sun
    36 °
    Mon
    36 °
    Tue
    37 °
    Wed
    38 °
    Thu
    39 °

    ସମ୍ବନ୍ଧିତ