Friday, October 2, 2026
22.2 C
Odisha

    ଥମୁନି ବାଲି ମାଫିଆଙ୍କ ଉତ୍ପାତ, ଗାଡ଼ି କାଗଜପତ୍ର ଯାଞ୍ଚ ସମୟରେ ତହସିଲଦାରଙ୍କୁ ଆକ୍ରମଣ

    ଆଗକୁ ପଢନ୍ତୁ

    ସୋର : ଥାନାଠୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ତହସିଲଦାରଙ୍କୁ ଆକ୍ରମଣ । ଗାଡ଼ି କାଗଜପତ୍ର ଯାଞ୍ଚ ସମୟରେ ସୋର ତହସିଲଦାରଙ୍କୁ ବାଲି ମାଫିଆ ଆକ୍ରମଣ ଅଭିଯୋଗ ହୋଇଛି । ତହସିଲଦାର ଚିନ୍ମୟ ରାଉତ ଓ ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂହ ଅନନ୍ତପୁରରୁ ସୋର ଅଭିମୁଖେ ଫେରୁଥିବା ବେଳେ ଅଇଁରୀ ଛକ ନିକଟରେ OD 22AC 3662 ନମ୍ବର ବିଶିଷ୍ଟ ବେଆଇନ ବାଲିବୋଝେଇ ଗାଡ଼ିର କାଗଜପତ୍ର ଯାଞ୍ଚ କରିଥିଲେ । କାଗଜପତ୍ର ଦେଖାଇବା ପରିବର୍ତ୍ତେ ଚାଳକ ଓ ତାଙ୍କର ସହଯୋଗୀ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ । ଏହାସହ ଜରୁରୀ କାଗଜପତ୍ର ଛଡ଼ାଇ ଫେରାର ହୋଇଯାଇଥିଲେ ।

    ଅନନ୍ତପୁର ପୋଲିସ ଘଟଣାସ୍ଥଳରୁ ଗାଡ଼ିକୁ ଜବତ କରିବା ପରେ ମଧ୍ୟ ବାଲି ମାଫିଆ ଜୋର ଜବରଦସ୍ତ ବାଲି ଅଧା ଅନଲୋଡ କରିଦେଇଥିଲେ। ତହସିଲଦାରଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ଥାନାଠୁ ମାତ୍ର ଏକ କିଲୋମିଟର ଦୂରରେ ତହସିଲଦାରଙ୍କୁ ଆକ୍ରମଣ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ