Sunday, October 26, 2025
21.4 C
Odisha

    ଥାନା ପରିସରରେ IICଙ୍କୁ ଠେଲାପେଲା, ଏତଲା ବେଳେ ଭିଡିଓ ରେକର୍ଡିଂକୁ ବିରୋଧ କରିବାରୁ ଗଣ୍ଡଗୋଳ

    ଆଗକୁ ପଢନ୍ତୁ

    ଜଳେଶ୍ବର: ପୋଲିସ-ଅଭିଯୋଗକାରୀ ଧସ୍ତାଧସ୍ତା । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ପରିସରରେ ଆଇଆଇସିଙ୍କ ସହ ଅଭିଯୋଗକାରୀଙ୍କ ଧସ୍ତାଧସ୍ତି ହୋଇଛି । ଏତଲା ଦେବାକୁ ଆସିଥିବାବେଳେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା । ପରେ ଧସ୍ତାଧସ୍ତି ହୋଇଥିଲା । ଏନେଇ ଜଣେ ଯୁବକକୁ ଅଟକ ରଖିଛି ପୋଲିସ । ଅଟକ ଥିବା ଯୁବକ ବ୍ରହ୍ମପୁର ଅଞ୍ଚଳର ବୋଲି ଜଣାପଡିଛି ।

    ସୂଚନାନୁଯାୟୀ, ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବକ ତାଙ୍କ ବନ୍ଧୁ ଘର ବାଲିଆପାଳ ଆସିଥିଲେ । ସେଠାରେ ତାଙ୍କ ଗାଡିର ନମ୍ବର ପ୍ଲେଟ ହଜିଯାଇଥିଲା । ଯାହାକୁ ନେଇ ଥାନାକୁ ଯାଇଥିଲେ ଯୁବକ । ସେଠାରେ ପୋଲିସ ସହ ତାଙ୍କର ଯୁକ୍ତି ହୋଇଥିଲା । ସେହି ସମୟରେ ଯୁବକ ଜଣକ ଭିଡିଓ କରିବାକୁ ଚେଷ୍ଟା କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାକୁ ନେଇ ଥାନା ପରିସରରେ ଉତ୍ତେଜନା ଲାଗି ରହିଛି । ତେବେ ଯୁବକ ଜଣଙ୍କ ବର୍ତ୍ତମାନ ପୋଲିସ କଷ୍ଟଡି ଭିତରେ ରହିଥିବା ବେଳେ ଉଭୟ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଥାନା ପରିସରରେ ଲାଗିଥିବା ସିସି ଟିଭି ଫୁଟେଜ ଯାଞ୍ଚ କଲେ ସବୁ କଥା ସାମ୍ନାକୁ ଆସିପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.4 ° C
    21.4 °
    21.4 °
    94 %
    1.6kmh
    8 %
    Sat
    22 °
    Sun
    29 °
    Mon
    29 °
    Tue
    27 °
    Wed
    26 °

    ସମ୍ବନ୍ଧିତ