ଭୁବନେଶ୍ୱର : ଥାନା ପାଲଟିଲା ରଣକ୍ଷେତ୍ର । ପୋଲିସ ଉପସ୍ଥିତିରେ ମାରପିଟ୍ । ଥାନା ପରିସରରେ ପଡିଲା ରକ୍ତ ଛିଟା । ଭୁବନେଶ୍ବର ଚନ୍ଦକା ଥାନା ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ ପୀତବାସ ପାଲଟାସିଂଙ୍କ ଦୁଇ ପତ୍ନୀ ଓ ତାଙ୍କ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ପାଇଁ ଏଭଳି ପରିସ୍ଥିତି ଉପୁଜିଛି। ଗଣ୍ଡଗୋଳ ଉଗ୍ରରୂପ ନେଇଛି । ମାରପିଟ୍ ହୋଇ ରକ୍ତାକ୍ତ ହୋଇଛନ୍ତି ଉଭୟ ପରିବାର । ପୀତବାସଙ୍କର ଦୁଇଟି ସ୍ତ୍ରୀ ଥିବା ବେଳେ ସମ୍ପତ୍ତିକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଗତ ୨୦ ତାରିଖରେ ଦାରୁଠେଙ୍ଗର ସୋମ୍ୟ ପାଲଟାସିଂହ ଓ ସାଗର ପାଲଟାସିଂହଙ୍କ ମଧ୍ୟରେ ଗଣ୍ଡଗୋଳ ବେଳର ଭିଡିଓ ଭାଇରାଲ ହୋଇଛି । ଚନ୍ଦକା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଗତ ୨୧ତାରିଖରେ ମାମଲାରେ ସମ୍ପୃକ୍ତ୧୪ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ ।
ସେପଟେ ଭୁବନେଶ୍ବର ପଟିଆ କଲେଜ ରୋଡ଼ରେ ରୋଷେୟାର ତଣ୍ଟି କାଟିଦେଲା ହେଲ୍ପର । ଗୁରୁତର ମିସ୍ତ୍ରୀ ହେଲେ ଆଶିଷ ମହାନ୍ତି । ଗତକାଲି ବିଳମ୍ବିତ ରାତିରେ କୌଣସି ଏକ ସାମାନ୍ୟ ବଚସାରୁ ରେଷ୍ଟ ରୁମ ଭିତରେ ଏକ ଧାରୁଆ ଅସ୍ତ୍ରରେ ରୋଷେୟା ଆଶିଷଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ମଦ୍ୟପ ହେଲପର । ହେଲପର ଜଣକ ହେଲେ କେ. ଲବ ରାୟ । ଆଶିଷଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲପରକୁ ଅଟକ ରଖି ପଚାରାଉଚରା କରୁଛି ଚନ୍ଦ୍ରଶେଖର ଥାନା ପୋଲିସ ।
