Friday, October 2, 2026
22.9 C
Odisha

    ପାରାଦୀପରେ ଆରମ୍ଭ ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୨

    ଆଗକୁ ପଢନ୍ତୁ

    ପାରାଦୀପ : ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୧ ଆରମ୍ଭ । ଆଜି ସକାଳୁ ଜଳପଥ ସମେତ ସ୍ଥଳ ପଥରେ ସମରାଭ୍ୟାସ ଆରମ୍ଭ ହୋଇଯାଇଛି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଦୁଇଥର ଆୟୋଜିତ ଏହି ମିଳିତ ସମରାଭ୍ୟାସ ସାଗର କବଚ । ଏହି ମିଳିତ ସମରାଭ୍ୟାସରେ ଜଳପଥରେ ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାର କୁ କିପରି ପ୍ରତିରୋଧ କରାଯାଇପାରିବ ଏହାର କଳାକୌଶଳ ପ୍ରଦର୍ଶନ ।

    ଗଭୀର ସମୁଦ୍ର ରେ ନୌସେନା, କୋଷ୍ଟଗାର୍ଡ,ମତ୍ସ୍ଯ ବିଭାଗ, ମେରାଇନ ପୋଲିସ ପଇଁତରା ମାରିବା ସହ ସ୍ଥଳଭାଗରେ ଉପକୂଳକୁ ସୁରକ୍ଷା ଯୋଗାଉଛନ୍ତି ସିଆଇଏସଏଫ, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ, ପୋଲିସ , ବନ ବିଭାଗ ଓ ପାରାଦ୍ଵୀପ ବନ୍ଦର ଭଳି ୧୦ ରୁ ଅଧିକ ବିଭାଗ। ସମସ୍ତ ବିଭାଗକୁ ଦୁଇଟି ଟିମ ରେ ବିଭକ୍ତ କରାଯାଇଛି। ରେଡ ଟିମ ଆତଙ୍କବାଦୀଙ୍କ ବେଶରେ ଜଳପଥ ରୁ ଆସି ସ୍ଥଳପଥ ରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବେ ଏବଂ ଏହି ଆକ୍ରମଣକୁ ପଣ୍ଡ କରିବା ପାଇଁ ବ୍ଲୁ ଟିମ ସ୍ଥଳଭାଗରେ ସଜାଗ ରହିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ