Saturday, July 11, 2026
26.1 C
Odisha

    ଥାଲାପତି ବିଜୟଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, କରୁର ପୀଡିତଙ୍କ ପରିବାରକୁ ବାଣ୍ଟିବେ ସରକାରୀ ନିଯୁକ୍ତି ପତ୍ର

    ଆଗକୁ ପଢନ୍ତୁ

    ତାମିଲନାଡୁ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ମାଡ୍ରାସ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ହାଇକୋର୍ଟ ତାଙ୍କୁ କରୁର ପୀଡିତଙ୍କ ପରିବାର ଲୋକଙ୍କୁ ସରକାରୀ ନିଯୁକ୍ତି ପତ୍ର ବାଣ୍ଟିବାର ଅନୁମତି ପ୍ରଦାନ କରିଛନ୍ତି । ସିଏମ୍ ବିଜୟ ଆଜି ହିଁ କରୁର ଯିବେ ।

    ହାଇକୋର୍ଟ କହିଛନ୍ତି, ଏହି ଚାକିରି ଅସ୍ଥାୟୀ ରହିବ ଓ ଏହା ଉପରେ ଆଗକୁ ବିଚାର କରାଯିବ । ଜଷ୍ଟିସ ସିଭି କାର୍ତ୍ତିକେୟନ୍ ଓ ଜଷ୍ଟିସ୍ ଆର ଶକ୍ତିଭେଲଙ୍କ ଖଣ୍ଡପୀଠ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ମାମଲାର ଶୁଣାଣି ହୋଇନି, ସେ ପର୍ଯ୍ୟନ୍ତ ଲୋକଙ୍କୁ ବେତନ ମିଳିବନି ।

    କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ, ପ୍ରସ୍ତାବିତ ନିଯୁକ୍ତିକୁ ନେଇ ଏକ ରିପୋର୍ଟ ଫାଇଲ୍ କରାଯାଉ । ଗତ ବର୍ଷ ହୋଇଥିବା ଦଳାଚକଟା ଘଟଣାରେ ଅତି କମରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏମାନଙ୍କ ଭିତରୁ ୩୨ ଜଣଙ୍କ ପରିବାରକୁ ସିଏମ୍ ବିଜୟ ନିଯୁକ୍ତିପତ୍ର ବାଣ୍ଟିବେ । ୨୭ ସେପ୍ଟେମ୍ବର ୨୦୨୫ ରେ ତାମିଲଗା ଭେଟ୍ରି କାଝାଗମ୍ (ଟିଭିକେ)ର ଏକ ରାଲି ବେଳେ ହୋଇଥିବା ଦଳାଚକଟା ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ହାଇଥିଲା । ଏବେ ପରିବାର ଲୋକଙ୍କୁ ସାକ୍ଷାତ କରି ତାଙ୍କୁ ସ୍ବାନ୍ତନା ଦେବେ । ଏହା ପୂର୍ବରୁ ବିଜୟ ପୀଡିତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଇ ସାରିଛନ୍ତି ।

    ପୀଡିତ ପରିବାରଙ୍କୁ ସିଏମ୍ ବିଜୟ ସାକ୍ଷାତ କରିବେ ଓ ତାଙ୍କୁ ଅନୁକମ୍ପା ଆଧାରରେ ସରକାରୀ ଚାକିରି ନିଯୁକ୍ତି ପତ୍ର ପ୍ରଦାନ କରିବେ । ସରକାରଙ୍କୁ ବାହାରେ ସମର୍ଥନ ଦେଉଥିବା ବାମପନ୍ଥୀ ଦଳ ପୀଡିତାଙ୍କୁ ସରକାରୀ ଚାକିରୀ ଦେବାର ଏହି ନିଷ୍ପତ୍ତିକୁ କଡା ବିରୋଧ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.1 ° C
    26.1 °
    26.1 °
    85 %
    2.3kmh
    100 %
    Fri
    26 °
    Sat
    30 °
    Sun
    27 °
    Mon
    29 °
    Tue
    25 °

    ସମ୍ବନ୍ଧିତ