Friday, October 18, 2024
30.6 C
Odisha

    ଦନ୍ତା ଆକ୍ରମଣରେ ଜଣେ ମୃତ; ଦୁଇ ଆହତ

    ଆଗକୁ ପଢନ୍ତୁ

    କୋଇଡ଼ା : କୋଇଡ଼ା ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ବହୁଚେଷ୍ଟା ପରେବି ହାତୀଙ୍କ ଉପଦ୍ରବ କମିବାର ନା ଧରୁନି । କିଛିମାସ ହେଲା ଏକ ଗୋଠଛଡ଼ା ଦନ୍ତା ହାତୀ ଗୋଡେଇ ଗୋଡେଇ ମଣିଷ ମାରିବା ଘଟଣା କୋଇଡା ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରିଛି । ଗୁରୁବାର ବିଳମ୍ୱିତ ରାତିରେ ପାଟମୁଣ୍ଡା ପଞ୍ଚାୟତ ଅଧୀନ ମତ ସାହିରେ ପୁଣି ଏକ ଜୀବନ ଦେଇଛି ଦନ୍ତା । ବିଳମ୍ୱିତ ରାତିରେ ମତ ସାହିରେ ହାତୀଟି ତିନୋଟି ଘର ଭାଙ୍ଗିବାର ଦେଖି ଲୋକମାନେ ଘରଛାଡି ଏଣେ ତେଣେ ଦୌଡ଼ିବାରେ ଲାଗିଥିଲେ । ୬୮ ବର୍ଷୀୟା ସମାମୁଣ୍ଡା ନିଜ ପରିବାର ସହ ବାହାରକୁ ଦୌଡ଼ି ପଳେଇବା ସମୟରେ ହାତୀଟି ନଶୁଣ୍ଢରେ ସମାଙ୍କୁ ଟେକିନେଇ କଚାଡ଼ିବା ସହ ଗୋଡ଼ରେ ଦଳି ମାରିଦେଇଥିଲା । ଅନ୍ୟ ଦୁଇଜଣ ସପନୀ ମୁଣ୍ଡା ଓ ଜଟ ମୁଣ୍ଡା ହାତୀ ଆକ୍ରମଣରେ ଗୁରୁତର ଆହାତ ହୋଇଥିଲେ । ଖବର ପାଇ କୋଇଡା ବନବିଭାଗ କର୍ମଚାରୀ ମୃତଦେହ ଉଦ୍ଧାର କରି କୋଇଡା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ନିମନ୍ତେ ନେଇଥିଲେ । ଆହତ ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ କୋଇଡାରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସପନୀ ମୁଣ୍ଡାକୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ସରକାରଙ୍କ ନିୟମ ଅନୁସାରେ ମୃତକଙ୍କ ପରିବାର, ଆହତ ହୋଇଥିବା ବ୍ୟକ୍ତି ଓ ଘର ଭାଙ୍ଗିଥିବା ପରିବାରଙ୍କୁ ସହାୟତା ମିଳିବ ବୋଲି କୋଇଡା ଫରେଷ୍ଟ ରେଞ୍ଜ ଅଫିସର ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ