Saturday, December 27, 2025
25.2 C
Odisha

    ଦନ୍ତା ପାଇଁ ଶିଖରଚଣ୍ଡୀ ପାହାଡରେ ପିକନିକ୍‌ ବନ୍ଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଶିଖରଚଣ୍ଡୀ ପାହାଡକୁ ପ୍ରବେଶ ନେଇ କଟକଣା ଲଗାଇଛି ବନ ବିଭାଗ । ଗତ ତିନି ଦିନ ହେବ ଦୁଇଟି ବଡ ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡରେ ଡେରା ପକାଇଛନ୍ତି । ହାତୀ ବୁଲୁଥିବାରୁ ପାହାଡକୁ ଯିବାକୁ ବାରଣ କରିଛି ବନ ବିଭାଗ । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପାହାଡରେ ଅନେକ ଲୋକ ବଣଭୋଜି କରିବାକୁ ଆସୁଛନ୍ତି । ହାତୀଙ୍କ ଉପସ୍ଥିତି ଯୋଗୁଁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପାହାଡ ଉପରକୁ ପର୍ଯ୍ୟଟନଙ୍କୁ ବାରଣ କରାଯାଇଛି । ମୁଖ୍ୟ ଫାଟକକୁ ବନ୍ଦ କରି ବନ କର୍ମଚାରୀ ଓ ଇନଫୋସିଟି ଥାନା ପକ୍ଷରୁ ଲୋକାମନଙ୍କୁ ସଚେନତ କରାଯାଉଛି । ଦୁଇଟି ଟିମ୍‌ ଗଠନ କରାଯାଇ ଦୁଇ ହାତୀଙ୍କ ଉପରେ ନଜର ରଖାଯାଉଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    26 %
    2.3kmh
    0 %
    Sat
    26 °
    Sun
    27 °
    Mon
    28 °
    Tue
    29 °
    Wed
    30 °

    ସମ୍ବନ୍ଧିତ