Tuesday, August 11, 2026
25.9 C
Odisha

    ଦନ୍ତା ପାଇଁ ଶିଖରଚଣ୍ଡୀ ପାହାଡରେ ପିକନିକ୍‌ ବନ୍ଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଶିଖରଚଣ୍ଡୀ ପାହାଡକୁ ପ୍ରବେଶ ନେଇ କଟକଣା ଲଗାଇଛି ବନ ବିଭାଗ । ଗତ ତିନି ଦିନ ହେବ ଦୁଇଟି ବଡ ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡରେ ଡେରା ପକାଇଛନ୍ତି । ହାତୀ ବୁଲୁଥିବାରୁ ପାହାଡକୁ ଯିବାକୁ ବାରଣ କରିଛି ବନ ବିଭାଗ । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପାହାଡରେ ଅନେକ ଲୋକ ବଣଭୋଜି କରିବାକୁ ଆସୁଛନ୍ତି । ହାତୀଙ୍କ ଉପସ୍ଥିତି ଯୋଗୁଁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପାହାଡ ଉପରକୁ ପର୍ଯ୍ୟଟନଙ୍କୁ ବାରଣ କରାଯାଇଛି । ମୁଖ୍ୟ ଫାଟକକୁ ବନ୍ଦ କରି ବନ କର୍ମଚାରୀ ଓ ଇନଫୋସିଟି ଥାନା ପକ୍ଷରୁ ଲୋକାମନଙ୍କୁ ସଚେନତ କରାଯାଉଛି । ଦୁଇଟି ଟିମ୍‌ ଗଠନ କରାଯାଇ ଦୁଇ ହାତୀଙ୍କ ଉପରେ ନଜର ରଖାଯାଉଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    85 %
    0.6kmh
    98 %
    Tue
    26 °
    Wed
    31 °
    Thu
    29 °
    Fri
    30 °
    Sat
    29 °

    ସମ୍ବନ୍ଧିତ