Tuesday, April 7, 2026
25.2 C
Odisha

    ଦରମା ମିଳିବ ବୋଲି ପ୍ରତିଶୃତି ଦେଇ ମଧ୍ୟ ମିଳିଲାନି, ପୁଣି ଧାରଣାରେ ବସିଲେ କର୍ମଚାରୀ

    ଆଗକୁ ପଢନ୍ତୁ

    କଟକ : ଦରମା ମିଳିବ ବୋଲି ଲିଖିତ ପ୍ରତିଶୃତି ମିଳିଥିଲା, ହେଲେ ଦରମା ମିଳିଲା ନାହିଁ । ପୁଣି ଧାରଣାରେ ବସିଲେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଠିକା କର୍ମଚାରୀ । ଗତକାଲି ସନ୍ଧ୍ୟାରେ ଦରମା ମିଳିବାକୁ ପ୍ରତିଶ୍ରୁତି ମିଳିଥିଲା । ହେଲେ ପ୍ରତିଶ୍ରୁତି ପୂରଣ ନହେବାରୁ ପୁଣି ଶୀତ କାକରରେ ଧାରଣାରେ ବସିଛନ୍ତି କର୍ମଚାରୀ । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ଆଟେଣ୍ଡାଣ୍ଟ ଓ ଅନ୍ୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ କ୍ୱେସ ସର୍ଭିସ ପ୍ରୋଭାଇଡର ଜରିଆରେ ଦିଆଯାଇଛି ।

    ଏହି ଆଉଟସୋର୍ସିଂ କର୍ମଚାରୀମାନେ ସେମାନଙ୍କର ଗତ ମାସର ଦରମା ପାଇ ନ ଥିବାରୁ ବୁଧବାରଠୁ ଆନ୍ଦୋଳନରେ ବସିଥିଲେ । ଗତକାଲି ସନ୍ଧ୍ୟା ସୁଦ୍ଧା କର୍ମଚାରୀଙ୍କ ଦରମା ପ୍ରଦାନ କରାଯିବା ନେଇ କ୍ୱେସ ଆଣ୍ଡ ବ୍ଲୁ ସ୍ପ୍ରିଂଗର ମ୍ୟାନେଜର କହିଥିଲେ। କିନ୍ତୁ ପ୍ରତିଶ୍ରୁତି ପାଳନ ନକରିବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଠିକା କର୍ମଚାରୀ । ଗତ ନଭେମ୍ବର ମାସର ଦରମା ମିଳିନଥିବାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଥିଲେ ଏହି ଠିକା କର୍ମଚାରୀ । ଏଥିଲାଗି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସାରେ ବହୁ ସମସ୍ୟା ଓ ଅସୁବିଧା ଦେଖା ଦେଇଥିଲା । ଦରମା ନ ମିଳିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି କହିଛନ୍ତି ଠିକା କର୍ମଚାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    69 %
    1.7kmh
    84 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ