Saturday, October 17, 2026
30.5 C
Odisha

    ଜଷ୍ଟିସ ଏସ.କେ ସାହୁ ହେବେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି

    ଆଗକୁ ପଢନ୍ତୁ

     

    କଟକରେ ଜନ୍ମିତ ବିଚାରପତି ସଙ୍ଗମ କୁମାର ସାହୁ ନୂଆବଜାର ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ଷ୍ଟିୱାର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ବିଏସ୍‌ସି ପାସ କରିଥିଲେ। ଏହାପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଇଂରାଜୀ ଏବଂ ଓଡ଼ିଆରେ ସ୍ନାତକୋତ୍ତର ହାସଲ ପରେ ଦ ଲ’ କଲେଜ୍‌‌ରୁ ଏଲ୍‌‌ଏଲ୍‌‌ବି ପାସ କରିଥିଲେ। ଓଡ଼ିଶା ରାଜ୍ୟ ବାର୍‌ କାଉନସିଲରେ ୧୯୮୯ରେ ଆଇନଜୀବୀ ଭାବେ ପଞ୍ଜିକୃତ କରିବା ପରେ ତାଙ୍କ ବାପା ତଥା ବିଶିଷ୍ଟ ଫୌଜଦାରୀ ଆଇନଜୀବୀ ସ୍ବର୍ଗତ ଶରତ ଚନ୍ଦ୍ର ସାହୁ ଏବଂ ଅନ୍ୟତମ ଆଇନଜୀବୀ ଡ. ମନୋରଞ୍ଜନ ପଣ୍ଡାଙ୍କ ନିକଟରେ ସେ ପ୍ରାକ୍ଟିସ କରିଥିଲେ। ୨୦୧୪ ଜୁଲାଇ ୨ରେ ସେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ରାୟ ପ୍ରକାଶ କରି ହାଇକୋର୍ଟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସଂପ୍ରତି ହାଇକୋର୍ଟର ବିଚାରପତି ସହ ହାଇକୋର୍ଟ ଆଇନ ସେବା କମିଟି ଅଧ୍ୟକ୍ଷ ପଦରେ ମଧ୍ୟ ରହିଛନ୍ତି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.5 ° C
    30.5 °
    30.5 °
    57 %
    2.1kmh
    74 %
    Sat
    28 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ