Wednesday, October 7, 2026
22.3 C
Odisha

    ଦଳୀୟ ସଙ୍କଟ ଦେଇ ଗତି କରୁଛି ବିଜେଡ଼ି,କଂଗ୍ରେସର ସ୍ଥିତି ନାହିଁ: ବିଜେପି

    ଆଗକୁ ପଢନ୍ତୁ

    ଭୁବନେଶ୍ରର: ବିଜେପି ପକ୍ଷରୁ ବିଜେଡି ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରାଯାଇଛି। ବିଜେଡ଼ିର ପଦଯାତ୍ରା ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା ପ୍ରଦାନ କରାଯାଇଛି।ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ବିଜେଡି ଦଳୀୟ ସଙ୍କଟ ଦେଇ ଗତି କରୁଛି। ଦଳକୁ ବଞ୍ଚେଇବା ପାଇଁ ବିଜେଡ଼ି ପଦଯାତ୍ରା ଆଯୋଜନ କରିଛି। ସବୁ ପଦଯାତ୍ରାରେ ପତାକା ଦେଖାନ୍ତି ନବୀନ ପଟ୍ଟନାୟକ। ହେଲେ ଆଜି କୁଆଡେ ଗଲେ ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
    ବିଜେଡ଼ି ଶାସନରେ ବେକାରୀ, ଅପରାଧ, ଶିଶୁ ମୃତ୍ୟୁ ହାରରେ ଏକ ନମ୍ବର ଥିଲା ଓଡ଼ିଶା। ପଦଯାତ୍ରାରେ ବିଜେଡ଼ି ଲୋକଙ୍କୁ ସୁଭଦ୍ରା, ଇନପୁଟ ସବସିଡି, ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେଇ ପାରିଲେନି ବୋଲି କହୁ ବୋଲି ସେ କହିଛନ୍ତି।

    ଏସଆଇ ପରୀକ୍ଷା କେଳେଙ୍କାରୀ ନେଇ କଂଗ୍ରେସର ଆନ୍ଦୋଳନ ଉପରେ ସେ କଡ଼ା ଜବାବ ଦେଇଛନ୍ତି। ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, କଂଗ୍ରେସର ଆଉ ସ୍ଥିତି ନାହିଁ।ଗଣମାଧ୍ୟମରେ ରହିବା ପାଇଁ ଆନ୍ଦୋଳନ କରୁଛି। ଦଳ ବଞ୍ଚିଛି ବୋଲି ଏହା ଏକ ଟୋକନ ପ୍ରୋଗ୍ରାମ ।

    ଯେଉଁଠି ଜିତିଲେ ରାହୁଲ ଗାନ୍ଧୀଙ୍କ ଭୋଟ। ଆଉ ଯେଉଁଠି ହାରିଲେ ସେଠି ଭୋଟ ଚୋରି ହୋଇଛି ବୋଲି କହୁଛନ୍ତି। ଭୋଟ ଚୋରିକୁ ନେଇ କଂଗ୍ରେସର ପ୍ରତିବାଦ ଜଗତେ କେବଳ ଜନେ ହସିବେ ସଦୃଶ ବୋଲି ସେ କଟାକ୍ଷ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    87 %
    1.4kmh
    3 %
    Tue
    22 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ