Saturday, April 4, 2026
29 C
Odisha

    ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା: ସନ୍ଧ୍ୟା ବେଳେ ଅତିରିକ୍ତ କ୍ଲାସ୍ କରୁଛନ୍ତି ଶିକ୍ଷକ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ମାଟ୍ରିକ୍‌ ବାର୍ଷିକ ପରୀକ୍ଷା ପାଖେଇ ଆସୁଥିବା ବେଳେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କର ଚିନ୍ତା ବଢ଼ିଯାଇଛି। ପିଲାମାନେ ଯୁଦ୍ଧକାଳୀନ ଭିତ୍ତିରେ କୋର୍ସକୁ ପୂରା କରିବାରେ ଲାଗିପଡ଼ିଛନ୍ତି। ପିଲାମାନେ କେମିତି ଭଲ ନମ୍ବର ରଖିବେ, ସେଥିପାଇଁ ଅଭିଭାବକମାନେ ଚିନ୍ତା କରୁଛନ୍ତି। ସେହିପରି ଶିକ୍ଷକମାନେ ଚାହୁଁଛନ୍ତି, ତାଙ୍କର ସ୍କୁଲ ଭଲ ରେଜଲ୍ଟ ଆଣୁ। ତେବେ କାନ୍ଦମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ ସରକାରୀ ହବାକ୍ ଉଚ୍ଚବିଦ୍ୟାଳୟ ନିଆରା ପଦକ୍ଷେପ ନେଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପାଇଁ ଛାତ୍ର ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଜୋରଦାର ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି।ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ସମସ୍ତ ବିଷୟ ଶିକ୍ଷକ-ଶିକ୍ଷୟିତ୍ରୀ ଛାତ୍ରଙ୍କୁ ପାଠ ପଢ଼େଇବା ପାଇଁ ପ୍ରଧାନଶିକ୍ଷକ ନିର୍ଦ୍ଦେଶ ଦେଇଥିବା ସୁଚନା ମିଳିଛି। ପ୍ରତ୍ୟେକ ଦିନ ଅଲଗା ଅଲଗା ବିଷୟ ଶିକ୍ଷକ ଅତିରିକ୍ତ କ୍ଲାସ୍ ସାରିବା ପର୍ଯ୍ୟନ୍ତ ପ୍ରଧାନଶିକ୍ଷକ ଶ୍ରୀ ମିଶ୍ର ବିଦ୍ୟାଳୟରେ ଉପସ୍ଥିତ ରହୁଛନ୍ତି।

    ବିଦ୍ୟାଳୟ ଆଖ ପାଖ ଛାତ୍ର, ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ଅତିରିକ୍ତ କ୍ଲାସ୍‌କୁ ଆଗ୍ରହର ସହ ଯାଇ ପାଠ୍ୟକ୍ରମ ବିଷୟ ସହ ନିଜ ଡାଉଟର ସମାଧାନ କରୁଛନ୍ତି। ଏହି ଅତିରିକ୍ତ କ୍ଲାସ୍ ପରୀକ୍ଷା ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି। ଏଥି ପାଇଁ ଛାତ୍ର ଓ ଅଭିଭାବକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ