ସମ୍ବଲପୁର : ଆଗାମୀ ପବିତ୍ର ଦଶହରା ନିମନ୍ତେ ସମ୍ବଲପୁରର ଅଧଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ପୀଠର ନୀତି ନିର୍ଘଣ୍ଟ ସୂଚୀ
ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜାରି କରାଯାଇଛି । ଆଗାମୀ ୩ ଅକ୍ଟୋବର ଶନିବାର ଦିନ ପୀଠରେ ଷୋଡଶ
ଦିନାତ୍ମକ ପୂଜାରମ୍ଭ ସହିତ ପୁଅ ଜିଉଁନ୍ତିଆ ଓ ଷୋଡଶ ପୂଜା ଦୀପ ପ୍ରଜ୍ୱଳନ ଆରମ୍ଭ ହେବ । ଏହା ପରେ ୧୦ ତାରିଖ ଶନିବାର ଅମାବାସ୍ୟା ତିଥି ମହାଳୟା ଦିନ ମାଁ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଓ ଗଙ୍ଗା ଦର୍ଶନ ହେବ । ୧୧ ତାରିଖ ରବିବାର ପ୍ରତିପଦା ଶାରଦୀୟ ନବଦିନାତ୍ମକ ପୂଜାରମ୍ଭ ଓ ନବରାତ୍ର ମାନସିକ ଦୀପ ପ୍ରଜ୍ୱଳନ, ୧୨ ତାରିଖ ସୋମବାର ଦ୍ୱିତୀୟା, ୧୩ ତାରିଖ ମଙ୍ଗଳବାର ତୃତୀୟା, ୧୪ ତାରିଖ ବୁଧବାର ଚତୁର୍ଥୀ, ୧୫ ତାରିଖ ଗୁରୁବାର ପଞ୍ଚମୀ, ୧୬ ତାରିଖ ଶୁକ୍ରବାର ଷଷ୍ଠୀ, ୧୭ ତାରିଖ ଶନିବାର ପୀଠେ ମହାସପ୍ତମୀ ଓ
ତ୍ରିଦିନାତ୍ମକ ଦୀପ ପ୍ରଜ୍ୱଳନ, ୧୮ ତାରିଖ ରବିବାର ପୀଠେ ମହାଷ୍ଟମୀ, ସନ୍ଧି ପୂଜା, ଭାଇଜିଉଁନ୍ତିଆ ପର୍ବ, ମାଁ ସମଲେଶ୍ୱରୀଙ୍କ
ଖଣ୍ଡାଧୁଆ, ଆଖାଡା ନଗର ପରିକ୍ରମା, ୧୯ ତାରିଖ ସୋମବାର ପୀଠେ ମହାନବମୀ ଓ ମାଁ ସମଲେଶ୍ୱରୀଙ୍କ ଆଖଡା ନଗର
ପରିକ୍ରମା ଏବଂ ୨୦ ତାରିଖ ମଙ୍ଗଳବାର ବିଜୟା ଦଶମୀ, ମାଁ ସମଲେଶ୍ୱରୀଙ୍କ ଆଖଡା ରଣଜିତା ଉତ୍ସବ ଓ ଦୀପ ବିସର୍ଜନ ଉତ୍ସବ ପାଳନ ହେବ । ଅକ୍ଟୋବର ୨୫ ତାରିଖ ରବିବାର ଦିନ କୁମାର ପୁର୍ଣ୍ଣିମା ତିଥିରେ ମାଁ ସମଲେଶ୍ୱରୀଙ୍କ ରାଜରାଜେଶ୍ୱରୀ ବେଶ ଓ ମାଁ ସମଲେଶ୍ୱରୀ ମନ୍ଦିରରେ ନୂତନ ଧ୍ୱଜା ଆରୋହଣ ହେବ ବୋଲି ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଞ୍ଜୟ ବାବୁ ସୁଚନା ଦେଇଛନ୍ତି ।
