Thursday, March 12, 2026
21.6 C
Odisha

    ଦାଦାକୁ ଆକ୍ରମଣ କଲା ପୁତୁରା

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡା : ଜମିବାଡ଼ି ଭାଗବଣ୍ଟାକୁ ନେଇ ହଣାମରା। ଧାରୁଆ ଅସ୍ତ୍ରରେ ଦାଦାକୁ ହାଣିଦେଲା ପୁତୁରା । କେନ୍ଦ୍ରପଡା ନିକିରାଇ ଥାନା ଅନ୍ତର୍ଗତ ଘାଗରାଡିଆ ଗାଁର ଘଟଣା । ଜମିବାଡି ଭାଗବଣ୍ଟାକୁ ନେଇ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ବେଳେ ହଠାତ୍ ଦାଦାକୁ ଆକ୍ରମଣ କରିଥିଲା ପୁତୁରା । ଆକ୍ରମଣ କରିଥିବା ଅଭିଯୁକ୍ତର ନାଁ ହେମନ୍ତ ତରାଇ। ଦାଦା ଅଭିରାମ ତରାଇଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛି। ଆକ୍ରମଣ ସମୟର ଭିଡିଓ ସିସିଟିଭିରେ ରେକର୍ଡିଂ ହୋଇଛି। ଅଭିରାମଙ୍କ ବାମହାତ, ଛାତି ଓ ପେଟରେ ଗଭୀର କ୍ଷତ ହୋଇଛି। ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି l ଘଟଣା ସ୍ଥଳରୁ ଅଭିଯୁକ୍ତ ହେମନ୍ତ ଫେରାର୍ ହୋଇ ଯାଇଛି  l ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି  l ଜମିବାଡି ଭାଗବଣ୍ଟାକୁ ନେଇ ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗିରହିଥିଲା ।

    ସେହିପରି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବିନ୍ଧାଣୀ ସାହିରେ ଏକ ଘଟଣା ଘଟିଛି । ଅସ୍ତ୍ରରେ ନିଜ ମାଆକୁ ହତ୍ୟା କରିଥିଲା ପୁଅ । କିନ୍ତୁ ହତ୍ୟାର ପ୍ରକୃତ କାରଣ ଜଣାପଡିନଥିଲା । ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    27 %
    1.7kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ