Sunday, June 7, 2026
38.8 C
Odisha

    ହରି ହରେଶ୍ୱର ମନ୍ଦିରରୁ ଠାକୁରଙ୍କ ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟ

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ : ମନ୍ଦିରରେ ଦୁର୍ବୃତ୍ତ ବୁଲାଇଲେ କଳାକନା । ଲୁଟିନେଲେ ଠାକୁରଙ୍କ ଅଳଙ୍କାର ଏବଂ ନଗଦ ଟଙ୍କା। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୨ ନମ୍ବର ୱାର୍ଡରେ ଥିବା ହରି ହରେଶ୍ୱର ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ମନ୍ଦିର ପଛ ପାଖ ଗେଟ ଦେଇ ମନ୍ଦିର ଭିତରକୁ ପଶିଥିଲେ। ଠାକୁରଙ୍କ ରୂପା ମୁକୁଟ ସହ ଅଳଙ୍କାର, ବଇଁଶୀ ଏବଂ ତମ୍ବା ଥାଳି ଓ ଅନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି । ଆଜି ମନ୍ଦିର ପୂଜକ ମନ୍ଦିରରେ ପହଂଚିବା ପରେ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ଲୁଟେରାମାନେ ମନ୍ଦିରରେ ଥିବା ୩ ହଜାର ଦାନ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି । ଖବର ପାଇ ଉଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ପୂର୍ବରୁ ଉଦଳା ସପ୍ନେଶ୍ବର ମନ୍ଦିରରେ ବିଳମ୍ବିତ ରାତିରେ ପଶି ଠାକୁରଙ୍କ ସୁନା ଆଖି ତାଡିନେଲେ । ଲୁଟେରାମାନେ ମନ୍ଦିର ଗେଟ ତାଲା ଭାଙ୍ଗି ମନ୍ଦିର ଭିତରକୁ ପଶି ମା ଦୁର୍ଗାଙ୍କ ଓ ଶ୍ରୀ ଗଣେଶଙ୍କ ଆଖି, ଚିତ୍ତା ସମେତ ବିଭିନ୍ନ ପୂଜା ସାମଗ୍ରୀ ଲୁଟି ନେଇଥିଲେ । ପ୍ରାୟ ୧୫ ହଜାରରୁ ଅଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଜଣାପଡିଥିଲା । କମିଟି ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଲୁଟ ହୋଇଥିବା ଜାଣି ଉଦଳା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.8 ° C
    38.8 °
    38.8 °
    26 %
    3.1kmh
    85 %
    Sun
    35 °
    Mon
    41 °
    Tue
    42 °
    Wed
    42 °
    Thu
    41 °

    ସମ୍ବନ୍ଧିତ