Saturday, June 20, 2026
30.7 C
Odisha

    ଦାନା ବାନ୍ଧୁଛି ଲଘୁଚାପ, ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଆସୁଛି ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆସନ୍ତାକାଲି ବଙ୍ଗୋପସାଗରରେ ଲୋ ପ୍ରେସର ସୃଷ୍ଟି ସମ୍ଭାବନା ଥିବା ଆଇଏମଡି ପୂର୍ବାନୁମାନ କରିଛି । ତେବେ ଏହା ବାତ୍ୟାରେ ପରିଣତ ହେବ କି ନାହିଁ, ସେ ନେଇ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ସଙ୍କେତ ଦେଉଛନ୍ତି । ଯଦିଓ ବାତ୍ୟା ନେଇ କୌଣସି ସ୍ପଷ୍ଟ ଚିତ୍ର ନାହିଁ ତଥାପି ଏହି ସିଷ୍ଟମ୍ ପ୍ରଭାବରେ ଓଡ଼ିଶା, ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ ପାଗ ପରିବର୍ତ୍ତନର ସମ୍ଭାବନା ରହିଛି ।

    ସାରା ରାଜ୍ୟରେ ଖରା ଓ ଗୁଳୁଗୁଳି ଭିତରେ ଏବେ ସମସ୍ତଙ୍କ ନଜର ବଙ୍ଗୋପସାଗର ଉପରେ ।  ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଘୂର୍ଣ୍ଣିବଳୟ ପ୍ରଭାବରେ ଖୁବ ଶୀଘ୍ର ଲଘୁଚାପର ସୃଷ୍ଟିର ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ପରବର୍ତ୍ତୀ ସମୟରେ ଏହା କେବଳ ଲଘୁଚାପ ହୋଇ ରହିବ ନା ଅବପାତର ରୂପ ନେବ ? ବଙ୍ଗୋପସାଗରରେ ବାତ୍ୟାର ସମ୍ଭାବନା କେତେ? ସେ ନେଇ ଏବେ ବି କିଛି ସ୍ପଷ୍ଟ ହୋଇନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.7 ° C
    30.7 °
    30.7 °
    59 %
    0.8kmh
    96 %
    Sat
    38 °
    Sun
    34 °
    Mon
    35 °
    Tue
    38 °
    Wed
    41 °

    ସମ୍ବନ୍ଧିତ