Monday, September 14, 2026
23.9 C
Odisha

    ତାମିଲନାଡୁରେ ‘ବିଜୟ’ସରକାର, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

    ଆଗକୁ ପଢନ୍ତୁ

    ତାମିଲନାଡୁ  :   ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲପତି ବିଜୟ । ୧୯୭୬ ପରେ ପ୍ରଥମ ଅଣଦ୍ରାବିଡ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଉପସ୍ଥିତ ଅଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଚେନ୍ନାଇ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ଐତିହାସିକ ଶପଥ ସମାରୋହ ହୋଇଛି ।

    ବିଜୟଙ୍କ ଦଳକୁ ମିଳିଲା ସମ୍ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା । ୧୩ ତାରିଖ ସୁଦ୍ଧା ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ ବୋଲି ଲୋକଭବନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି । ରାଜ୍ୟପାଳ ଟିଭିକେକୁ ସରକାର ଗଠନ ଅନୁମତି ଦେଇଛନ୍ତି ।

    ଅନ୍ୟପଟେ ବିଜୟଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ହୋଇଛି । ମନ୍ତ୍ରୀ ଭାବେ ଶପଥ ନେଲେ ଏନ . ଆନନ୍ଦ ଓ ଅଦାବ ଅର୍ଜୁନ । TVK ମହାସଚିବ କେ.ଜି ଅରୁଣରାଜ ମନ୍ତ୍ରୀ ଭାବେ ଶପଥ ନେଲେ । ଅଭିଜ୍ଞ କେ.ଏ ସେଙ୍ଗୋଟେୟନ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    93 %
    0.4kmh
    100 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ