ବାଲୁଗାଁ : ଢାଵା ଭିତରେ ହତ୍ୟାକାଣ୍ଡ । ସାଥୀ କର୍ମଚାରୀ ଅଟକ । ଢାବାରେ କାର୍ଯ୍ୟରତ ଦିବ୍ୟାଙ୍ଗ ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟ ଏକ ଢାବା ଭିତରେ ଯୁବକଙ୍କୁ ହତ୍ୟା କରାଯାଇଛି । ହତ୍ୟା ପରେ ଦିବ୍ୟାଙ୍ଗ ଯୁବକଙ୍କୁ ବିଲରେ ଫିଙ୍ଗି ଦିଆଯାଇଛି । ମୃତକ ବାଣପୁର ଥାନା ଅନ୍ତର୍ଗତ ଏକଡାଳିଆ ଗାଁର ପପୁ ଦଳବେହେରା ।
ଢ଼ାବା ପାଖରେ ଥିବା ବିଲ ଭିତରୁ ପପୁଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ଢାବା ମାଲିକ। କିନ୍ତୁ ମେଡିକାଲରେ ପପୁଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଏନେଇ ବାଲୁଗାଁ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଚଲାଇଛି । ତେବେ ଢାବା ଭିତରେ ରକ୍ତ ଛିଟା ପଡ଼ିଥିବାରୁ ପୋଲିସ ସାଥୀ କର୍ମଚାରୀକୁ ଅଟକ ରଖି ତଦନ୍ତ କରୁଛି ।
