Saturday, October 10, 2026
29.2 C
Odisha

    ଦିଲ୍ଲୀରେ ଘନ କୁହୁଡ଼ି ହେତୁ ବିମାନ ଓ ରେଳ ସେବା ପ୍ରଭାବିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜି ଦିଲ୍ଲୀ ଏବଂ ତା’ର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପ୍ରବଳ ଶୀତ ଓ ଘନ କୁହୁଡ଼ି ଅନୁଭୂତ ହୋଇଛି। ଉତ୍ତର ଭାରତରେ ଶୀତଳ ଲହରୀ ତୀବ୍ର ହୋଇଥିବା ସୂଚନା ରହିଛି।ଆଜି ସକାଳ ୫.୩୦ ରେ ଜାତୀୟ ରାଜଧାନୀରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।ଦିଲ୍ଲୀ-ଏନସିଆରର କିଛି ସ୍ଥାନରେ ଦୃଶ୍ୟମାନତା ଶୂନ୍ୟ ଥିବା ରିପୋର୍ଟ କରାଯାଇଛି। ଏଣେ କୁହୁଡ଼ି ଯୋଗୁ ଅନେକ ବିମାନ ଏବଂ ରେଳ ସେବା ପ୍ରଭାବିତ ହୋଇଛି। ସକାଳୁ ସକାଳୁ ଯାତ୍ରୀମାନେ ଘନ କୁହୁଡ଼ି ମଧ୍ୟରେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।ଆଜି ସକାଳ ୬ଟାରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୃଶ୍ୟମାନତା ୧୦୦ ମିଟର ରେକର୍ଡ କରାଯାଇଥିଲା। ବିମାନବନ୍ଦର ପକ୍ଷରୁ କୁହାଯାଇଛି ବିମାନଗୁଡ଼ିକ ଘନ କୁହୁଡ଼ି ଯୋଗୁ ପ୍ରଭାବିତ ହୋଇପାରେ। “ଯାତ୍ରୀମାନଙ୍କୁ ଅପଡେଟ୍ ହୋଇଥିବା ଉଡ଼ାଣ ସୂଚନା ପାଇଁ ସମ୍ପୃକ୍ତ ବିମାନ କମ୍ପାନୀ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଯେକୌଣସି ଅସୁବିଧା ପାଇଁ ଗଭୀର ଭାବରେ ଦୁଃଖିତ”‌ ବୋଲି ବିମାନବନ୍ଦର ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି। ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ସ୍ଥାନରେ ଘନ କୁହୁଡ଼ି ଯୋଗୁ ଅତି କମରେ ୨୬ଟି ଟ୍ରେନ୍ ବିଳମ୍ବ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ