Saturday, October 10, 2026
30.1 C
Odisha

    ରୁଷ୍‌- ୟୁକ୍ରେନ୍‌ ଯୁଦ୍ଧରେ ଗଲା କେରଳୀ ଯୁବକଙ୍କ ଜୀବନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ସଂଘର୍ଷରେ କେରଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସମ୍ପର୍କୀୟ ଭାଇ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ବିନିଲ ଟିବି ବୋଲି ଜଣାପଡ଼ିଛି । ବିନିଲ ଟିବି କେରଳର ତ୍ରିସୁର ଜିଲ୍ଲାର ବଡ଼କ୍କାନଚେରୀର ବାସିନ୍ଦା ଥିଲେ । ଆହତଙ୍କ ନାମ ଜୈନ ଟିକେ ଜଣାପଡିଛି ଏବଂ ସେ ମଧ୍ୟ କେରଳ ଅଞ୍ଚଳର । କିଛି ଦିନ ତଳେ ଡ୍ରୋନ ଆକ୍ରମଣରେ ୨ ଜଣ ଆହତ ହୋଇଥିବା ନେଇ ବିନିଲଙ୍କ ପରିବାର ଲୋକଙ୍କୁ ଖବର ମିଳିଥିଲେ ମଧ୍ୟ ପରିବାର ଲୋକେ ସେମାନଙ୍କ ପାଖରେ ପହଞ୍ଚି ପାରିନଥିଲେ । ଗତ ମାସରେ ବିନିଲ ଭାରତୀୟ ଗଣମାଧ୍ୟମ ସହ କଥା ହୋଇଥିଲେ, ବିନିଲ କହିଛନ୍ତି ଯେ ସେ ସ୍ୱଦେଶ ଫେରିବା ପାଇଁ ସେପ୍ଟେମ୍ବର ମାସରୁ ମସ୍କୋରେ ଥିବା ଭାରତୀୟ ଦୂତାବାସର ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ସଫଳ ହୋଇନଥିଲେ। କେରଳରେ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିବା ବିନିଲ କହିଥିଲେ “ମାନସିକ ଓ ଶାରୀରିକ ଭାବେ ଆମେ ଥକି ଯାଇଛୁ । ଆମେ ୟୁକ୍ରେନର ଋଷ ଅଧିକୃତ ଅଞ୍ଚଳରେ ଅଛୁ । ଆମ କମାଣ୍ଡର କହିଛନ୍ତି ଯେ ଏହି ଚୁକ୍ତି ଏକ ବର୍ଷ ପାଇଁ ଥିଲା । ଆମେ ଆମର ମୁକ୍ତି ପାଇଁ ସ୍ଥାନୀୟ କମାଣ୍ଡରମାନଙ୍କୁ ଅନୁରୋଧ କରୁଛୁ । ବିଲିନ୍ ହେଉଛନ୍ତି କେରଳର ଦ୍ୱିତୀୟ ବ୍ୟକ୍ତି ଯିଏ ଋଷସେନା ପାଇଁ ଲଢୁଥିବା ବେଳେ ମୃତ୍ୟୁବରଣ କରିଛନ୍ତି । ସାମରିକ ସପୋର୍ଟ ଷ୍ଟାଫ୍ ଚାକିରି ନାଁରେ ତାଙ୍କୁ ରୁଷିଆ ସେନାରେ ନିଯୁକ୍ତି ଦିଆଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ