Thursday, October 1, 2026
22.7 C
Odisha

    ଦିଲ୍ଲୀରେ ଦିନକରେ ୧୧୪ ଏଚ୧ଏନ୍‌୧ ମାମଲା: ସମୀକ୍ଷା ବୈଠକ ଡାକିଲେ ଜେପି ନଡ୍ଡା

    ଆଗକୁ ପଢନ୍ତୁ

    ଦିଲ୍ଲୀରେ ଏଚ୧ଏନ୍‌୧ (ସ୍ୱାଇନ୍ ଫ୍ଲୁ) ମାମଲା ଲଗାତାର ବୃଦ୍ଧି ପାଇବା ଚିନ୍ତା ବଢାଇ ଦେଇଛି। ଦିଲ୍ଲୀରେ ଗୋଟିଏ ଦିନ (ଅଗଷ୍ଟ ୨୦)ରେ ୧୧୪ଟି ନୂଆ ଏଚ୍‌୧ଏନ୍‌୧ ମାମଲା ଚିହ୍ନଟ ପରେ ୨୦୨୬ରେ ମୋଟ ମାମଲା ସଂଖ୍ୟା ୧,୭୭୭ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏହି ପ୍ରସଙ୍ଗରେ ଅପରାହ୍ଣ‌ରେ ଏକ ଜରୁରୀକାଳୀନ ବୈଠକ କରିଛନ୍ତି। ନଡ୍ଡା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଏହି ବୈଠକରେ ରାଜଧାନୀରେ ବର୍ତ୍ତମାନର ଏଚ୧ଏନ୍‌୧ ପରିସ୍ଥିତି ଓ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରାଯାଇଛି। ଦିଲ୍ଲୀରେ ଗତକାଲି ୧୫୯ ଇନଫ୍ଲୁଏଞ୍ଜା ମାମଲା ଚିହ୍ନଟ ହୋଇଥିବାବେଳେ ସେଥିରେ ୧୧୪ଟି ଏଚ୧ଏନ୍‌୧ ମାମଲା ରହିଛି। ରାଜଧାନୀରେ ଅସ୍ଥିର ଆର୍ଦ୍ରତା ଓ ତାପମାତ୍ରା ସ୍ୱାଇନ୍ ଫ୍ଲୁ ମାମଲା ସମ୍ପର୍କରେ ଚିନ୍ତା ବଢାଇ ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ