ଆମ ରୋଷେଇ ଘରେ ଅନେକ ଜିନିଷ ଆମେ ସାଧାରଣତଃ ବ୍ୟବହାର କରିଥାଉ । ଯେଉଁଥିରେ ଅନେକ ଉପକାରୀ ଗୁଣ ରହିଛି ଯାହା ଅନେକ ସମସ୍ୟାକୁ ଦୂର କରିଥାଏ । କିନ୍ତୁ ଆମେ ସେହି ସବୁ ସମ୍ପର୍କରେ ଜାଣିନଥାଉ । ଆମେ କେବଳ ଭାବୁ ଯେ ସେସବୁ କେବଳ ସ୍ବାଦିଷ୍ଯ ଖାଦ୍ୟ ପାଇଁ ଉପଯୋଗୀ । ହେଲେ ସେସବୁ ହିଁ ଦୈନନ୍ଦିନ ଜୀବନରେ ଦେଖାଦେଉଥିବା ଆମର ଅନେକ ସମସ୍ୟାକୁ ଦୂର କରିଥାଏ । ସେହି ସବୁ ମଧ୍ୟରେ ଗୁଜୁରାତି ହେଉଛି ଅନ୍ୟତମ । ଯେମିତି ଖାଦ୍ୟରେ ଗୁଜୁରାତି ସ୍ବାଦ ସହିତ ସୁନ୍ଦର ବାସ୍ନା ଆଣିଥାଏ ସେହିପରି ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭପ୍ରଦ ହୋଇଥାଏ । ଏତିକି ନୁହେଁ ବରଂ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଉଛି ଯେ, ଚାକିରି ପାଉନଥିବା ଲୋକ ଗୁଜୁରାତି ବ୍ୟବହାର କଲେ ତାଙ୍କ କର୍ମକ୍ଷେତ୍ରରେ ସଫଳତା ମିଳିଥାଏ ।
ସମସ୍ତେ ଗୁଜୁରାତି ଖାଇବାକୁ ଖୁବ୍ ପସନ୍ଦ କରନ୍ତି । କାହିଁକି ନା ଗୁଜୁରାତି ଖାଦ୍ୟର ସ୍ବାଦକୁ ଆହୁରି ଅଧିକ ବଢ଼ାଇଥାଏ । ଚା’ଠୁ ଆରମ୍ଭ କରି ରୋଷେଇରେ ଗୁଜୁରାତିକୁ ସାମିଲ କରାଯାଏ । କାରଣ ଏହାର ସ୍ମେଲ୍ ବହୁତ୍ ଭଲ ହୋଇଥାଏ । ଏହା ବ୍ୟତୀତ, ଶରୀରକୁ ଥଣ୍ଡା ରଖିବାରେ ମଧ୍ୟ ଏହା ସାହାଯ୍ୟ କରେ । କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ ଗୁଜୁରାତି ମଧ୍ୟ ଔଷଧୀୟ ଗୁଣରେ ଭରପୂର । ଯଦି ଆପଣ ପ୍ରତିଦିନ ସକାନେ ୨ଟି ଗୁଜୁରାତି ଖାଇବା ଆରମ୍ଭ କରିବେ, ତେବେ ଆପଣଙ୍କ ଶରୀରକୁ ୫ଟି ବଡ଼ ଲାଭ ମିଳିବ ଯାହା ବିଷୟରେ ଆପଣ ଭାବି ବି ନଥିବେ । ଆସନ୍ତୁ ସେହି ୫ଟି ଲାଭ ବିଷୟରେ ଜାଣିବା ।
ଗୁଜୁରାତି ଖାଇବାର ଫାଇଦା :
ହଜମ ପ୍ରକ୍ରିୟା : ଯଦି ଆପଣଙ୍କର ହଜମ ପ୍ରକ୍ରିୟାରେ ଅସୁବିଧା ହେଉଛି କିମ୍ବା କିଛି ଜିନିଷକୁ ଖାଇବା ମାତ୍ରେ ଆପଣଙ୍କର ଗ୍ୟାସ ଓ ବାନ୍ତି ହେଉଛି ତେବେ ଏହି ଟିପ୍ସକୁ ଫଲୋ କରନ୍ତୁ । ଆପଣ ଏକ ଗ୍ଲାସ୍ ଉଷୁମ ପାଣି ସହିତ ଗୁଜୁରାତିକୁ ଚୋବାଇ ଖାଆନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।
ପାଟି ଘା’: ଅନେକ ସମୟରେ ପେଟ ପରିଷ୍କାର ନ ହେବା କାରଣରୁ ପାଟିରେ ଘା’ ହୋଇଥାଏ । ଘା’ ହେବାର ଅନେକ କାରଣ ରହିଛି କିନ୍ତୁ ଏହା ମଧ୍ୟ ଏକ ପ୍ରମୁଖ କାରଣ । ଯଦି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଖାଇବା ପରେ ପ୍ରତିଦିନ ଗୋଟିଏ ଗୁଜୁରାତିକୁ ଚୋବାଇ ଖାଇବା ଆରମ୍ଭ କରନ୍ତୁ । ଏଭଳି କରିବା ଦ୍ବାରା ପାଟିରେ ହୋଇଥିବା ଘା’ରୁ ଆରାମ ମିଳିବ ।
ବ୍ଲଡ୍ ସୁଗାର : ହାଇ ବ୍ଲଡ ସୁଗାର ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ଗୁଜୁରାତି ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଖାଇବା ପରେ ପ୍ରତିଦିନ ୨ଟି ଗୁଜୁରାତି ଚୋବାଇବା ଦ୍ୱାରା ବ୍ଲଡ ପ୍ରେସର ନର୍ମାଲ ରହିଥାଏ ଏବଂ ବ୍ଳଡ ସୁଗାର ମଧ୍ୟ କଣ୍ଟ୍ରୋଲରେ ରୁହେ । ଏଥିରେ କୌଣସି ସାଇଡ୍ ଇଫେକ୍ଟ ମଧ୍ୟ ନଥାଏ ।
ପାଟି ଦୁର୍ଗନ୍ଧ : ଯେଉଁ ଲୋକ ପାଟିରୁ ଦୁର୍ଗନ୍ଧ ହେଉଥିବା ସମସ୍ୟାକୁ ନେଇ ଟେନସନ୍ରେ ରହୁଛନ୍ତି ସେମାନଙ୍କୁ ଗୁଜୁରାତି ଖାଇବାକୁ ପରାମର୍ଶ ଦିଆଯାଏ । ବାସ୍ତବରେ ପାଟି ଦୁର୍ଗନ୍ଧର ମୁଖ୍ୟ କାରଣ ହେଉଛି ପାୟରିଆ । ଏଭଳି ପରିସ୍ଥିତିରେ ଗୁଜୁରାତି ଖାଇବା ପାୟରିଆ ସମସ୍ୟାରୁ ମୁକ୍ତି ଦେଇଥାଏ । ଯାହା ପାଟିର ଦୁର୍ଗନ୍ଧକୁ ବନ୍ଦ କରିଥାଏ ।
ପେଟ ସଂକ୍ରମଣ : ଅନେକ ଥର ପାଣିପାଗର ପରିବର୍ତ୍ତନ କିମ୍ବା ଭୁଲ ଖାଇବା କାରଣରୁ ପେଟ ସଂକ୍ରମଣ ସମସ୍ୟା ଦେଖା ଯାଇଥାଏ । ଏହି କାରଣରୁ ଖାଇଥିବା କିମ୍ବା ପିଇଥିବା କୌଣସି ଜିନିଷ ହଜମ ହୋଇନଥାଏ ଏବଂ ବାନ୍ତି ମାଧ୍ୟମରେ ତାହା ବାହାରି ଯାଇଥାଏ । ଏପରି ପରିସ୍ଥିତିରେ, ପ୍ରତିଦିନ ଗୁଜୁରାତି ଖାଇବା ଦ୍ୱାରା ସଂକ୍ରମଣକୁ ଏଡ଼ାଇ ହେବ ।
