ଦିଲ୍ଲୀରେ ଚିନ୍ତା ବଢ଼ାଇଲା H1N1 ସଂକ୍ରମଣ । ଗୋଟିଏ ଦିନରେ ୧୧୪ ନୂଆ H1N1 ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି । ସଂକ୍ରମଣ ମାମଲାରେ ପ୍ରାୟ ୮ ଗୁଣ ବୃଦ୍ଧି ହୋଇଥିବା ବେଳେ ମୋଟ ମାମଲା ୧୭ ଶହ ୭୭ରେ ପହଞ୍ଚିଥିବା ସୂଚନା ମିଳିଛି । ସ୍ଥିତିକୁ ଗୁରୁତ୍ୱର ସହ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଜରୁରୀ ସମୀକ୍ଷା ବୈଠକ ଡାକିଛନ୍ତି। ବୈଠକରେ ଦିଲ୍ଲୀରେ ବଢୁଥିବା H1N1 ସଂକ୍ରମଣ, ବର୍ତ୍ତମାନର ସ୍ଥିତି ଏବଂ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ ନେଇ ଆଲୋଚନା ହେବ । ଗୋଟେ ପଟେ ଦିନକୁ ଦିନ ସଂକ୍ରମଣ ବଢ଼ୁଥିବା ବେଳେ ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ଉପରେ ମଧ୍ୟ ଚାପ ବଢ଼ିଛି । ସଂକ୍ରମଣକୁ ରୋକିବା ସହ ଆବଶ୍ୟକ ଚିକିତ୍ସା ଓ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଉଛି । ତେବେ ହଠାତ୍ H1N1 ମାମଲାରେ ଏଭଳି ବୃଦ୍ଧି କାହିଁକି ହେଲା, ସଂକ୍ରମଣ ରୋକିବାକୁ ଆଗକୁ କଣ ରଣନୀତି ରହିବ ଏବଂ ହସ୍ପିଟାଲଗୁଡ଼ିକର ପ୍ରସ୍ତୁତି କିଭଳି ରହିଛି—ସେନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ଉପରେ ନଜର ରହିଛି ।
