Sunday, October 4, 2026
21.8 C
Odisha

    ଦିଲ୍ଲୀରେ ସଂରକ୍ଷଣ ହଟାଅ ଆନ୍ଦୋଳନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଦାବିକୁ ନେଇ ଗତକାଲି ଦିଲ୍ଲୀର ରାମଲୀଲା ମଇଦାନରେ ‘ସଂରକ୍ଷଣ ହଟାଅ ଆନ୍ଦୋଳନ’ ନାମରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ପୁଲିସ ଏହି ବିକ୍ଷୋଭ ପ୍ରଦର୍ଶନ ଲାଗି ଅନୁମତି ପ୍ରଦାନ କରିଥିଲା। ଅଣସଂରକ୍ଷିତ ବା ସାଧାରଣ ବର୍ଗର ଆନ୍ଦୋଳନକାରୀମାନେ ଜାତି ବଦଳରେ କେବଳ ଯୋଗ୍ୟତା ଓ ଆର୍ଥିକ ସ୍ଥିତି ଆଧାରରେ ସରକାରୀ ଚାକିରି ଓ ନିଯୁକ୍ତି କ୍ଷେତ୍ରରେ ଆବେଦନକାରୀଙ୍କୁ ଅଗ୍ରାଧିକାର ଦେବାକୁ ଦାବି କରିଛନ୍ତି। ସେହିପରି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ସମାନତା ନିୟମାବଳୀକୁ ବିରୋଧ କରି ସାଧାରଣ ବର୍ଗର ଛାତ୍ରଛାତ୍ରୀ ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ‘ରିଜର୍ଭେସନ୍ ରିଫର୍ମ ଆନ୍ଦୋଳନ’ ବ୍ୟାନର ତଳେ ଆୟୋଜିତ ଏହି ବିକ୍ଷୋଭରେ ଆରକ୍ଷଣର ସୁବିଧା ଜାତି ବଦଳରେ ଆର୍ଥିକ ସ୍ଥିତି ଆଧାରରେ ପ୍ରଦାନ କରିବାକୁ ଦାବି କରାଯାଇଛି। ନିଟ୍ ପରୀକ୍ଷାର୍ଥୀ ହର୍ଷ ଦୁବେଙ୍କ ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନକୁ କର୍ଣ୍ଣି ସେନା, ଜେନେରାଲ ସେନା, ଚାଣକ୍ୟ ସେନା ଏବଂ ପ୍ରମୁଖ ସୋସିଆଲ ମିଡିଆ ପ୍ରଭାବକାରୀ ଆଜିତ୍ ଭାରତୀ ପ୍ରମୁଖ ସମର୍ଥନ ଜଣାଇ ଯୋଗଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    75 %
    1.3kmh
    1 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ