Sunday, October 4, 2026
21.8 C
Odisha

    ଦେଶରେ ସ୍ବାଇନ ଫ୍ଲୁ ଭୂତାଣୁ ସଂକ୍ରମଣ ବୃଦ୍ଧି

    ଆଗକୁ ପଢନ୍ତୁ

    • ନୂଆଦିଲ୍ଲୀ : ଆର୍ଦ୍ର ଓ ପରିବର୍ତ୍ତିତ ପାଣିପାଗ ଯୋଗୁଁ ଦେଶର ବିଭିନ୍ନ ଭାଗରେ, ବିଶେଷ କରି ଦିଲ୍ଲୀ-ଏନସିଆର ଓ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ସ୍ୱାଇନ୍ ଫ୍ଲୁ (ଏନ୧ଏନ୧) ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ଶ୍ୱାସକ୍ରିୟା ଜନିତ ସ୍ୱଚ୍ଛତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି। ବର୍ଷା ଓ ଆର୍ଦ୍ରତା ଯୋଗୁଁ ଭୂତାଣୁ ବଂଶବୃଦ୍ଧି କରିବା ଏବଂ ସହଜରେ ବ୍ୟାପିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୁଏ। ବନ୍ଦ କୋଠରି କିମ୍ବା ଗହଳି ସ୍ଥାନରେ ଏହି ସଂକ୍ରମଣ ଶୀଘ୍ର ବ୍ୟାପିଥାଏ। ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ହଠାତ ପ୍ରବଳ ଜ୍ୱର, କାଶ, ଛିଙ୍କ, ସର୍ଦ୍ଦି, ଗଳା ବିନ୍ଧା, ପ୍ରବଳ ଗୋଡ଼-ହାତ ବ୍ୟଥା ଓ କ୍ଲାନ୍ତି ଅନୁଭବ ହୋଇଥାଏ। କିଛି କ୍ଷେତ୍ରରେ ନିଶ୍ୱାସ ନେବାରେ କଷ୍ଟ ଓ ଅକ୍ସିଜେନ୍ ସ୍ତର ହ୍ରାସ ପାଉଥିବା ଦେଖାଯାଇଛି। ସଂକ୍ରମଣରୁ ରକ୍ଷା ପାଇଁ ଗହଳି ସ୍ଥାନ ଓ ବନ୍ଦ ପରିବେଶକୁ ଯାଉଥିଲେ ମାସ୍କ ପିନ୍ଧନ୍ତୁ। କାଶିବା ଓ ଛିଙ୍କିବା ସମୟରେ ରୁମାଲ କିମ୍ବା ଟିସୁ ପେପର ବ୍ୟବହାର କରନ୍ତୁ। ନିୟମିତ ସାବୁନ୍ ଓ ପାଣିରେ ହାତ ଧୁଅନ୍ତୁ କିମ୍ବା ସାନିଟାଇଜର ବ୍ୟବହାର କରନ୍ତୁ। ଆଖି, ନାକ ସ୍ପର୍ଶ କରନ୍ତୁ ନାହିଁ। ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
      ଦେଶରେ ସ୍ୱାଇନ୍ ଫ୍ଲୁ ସଂକ୍ରମଣ ବୃଦ୍ଧିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ସ୍ୱାସ୍ଥ୍ୟସେବା ପ୍ରସ୍ତୁତି ଓ ସ୍ଥିତିର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ପଙ୍କଜ କୁମାର ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ‘ଇନଫ୍ଲୁଏଞ୍ଜା-ଲାଇକ୍ ଇଲନେସ’ ଏବଂ ‘ସିଭିୟର ଆକ୍ୟୁଟ୍ ରେସପିରେଟରୀ ଇନଫେକସନ’କୁ ନିୟମିତ ନଜର ରଖିବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ଶଯ୍ୟା, ଆଇସିୟୁ, ଅକ୍ସିଜେନ୍, ଭେଣ୍ଟିଲେଟର, ଔଷଧ ଓ ପରୀକ୍ଷା ସାମଗ୍ରୀର ଉପଲବ୍ଧତା ସମ୍ପର୍କରେ ତଦାରଖ କରାଯାଇଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    75 %
    1.3kmh
    1 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ