Friday, October 2, 2026
22.9 C
Odisha

    ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ ମର୍ଲେନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ ମର୍ଲେନା। ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇଲେ ଉପରାଜ୍ୟପାଳ । ଆତିଶୀଙ୍କ ସହ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଗୋପାଳ ରାୟ ଓ କୈଳାସ ଗେହଲଟ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି। ପୂର୍ବରୁ ଆଦମୀ ପାର୍ଟି ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ ମନୋନୀତ ହୋଇଥିଲେ ଆତିଶୀ ମାର୍ଲେନା। ଆପ୍ ବିଧାୟକ ଦଳ ବୈଠକରେ ଦଳର ନେତା ଭାବେ ଆତିଶୀ ନିର୍ବାଚିତ ହେବା ପରେ ତାଙ୍କୁ ପରିବର୍ତ୍ତି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ପ୍ରାୟ ୬ ମାସ ଧରି ଜେଲରେ ରହିବା ପରେ ଗତ ୧୩ ତାରିଖରେ କେଜ୍ରିୱାଲ ସୁପ୍ରିମକୋର୍ଟରୁ ଜାମିନ ପାଇ ମୁକୁଳିଥିଲେ। କିନ୍ତୁ ଜେଲରୁ ବାହାରିବା ପରେ ସେ ଅଚାନକ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହାକୁ ନେଇ ଦଳୀୟ ନେତା ବି ବିସ୍ମିତ। ଏବେ ଲୋକଙ୍କ ପାଖରେ ଆହୁରି ନିକଟତର ହେବାର ସମୟ ଆସିଛି। ସେ ଏବେ ଘର ଘର ବୁଲି ଲୋକଙ୍କ ସହ ସମ୍ପର୍କ ରକ୍ଷା କରିବେ ବୋଲି କହିଥିଲେ। ସେ କହିଥିଲେ ଯେ, ‘ ମୁଁ ଦିଲ୍ଲୀବାସୀଙ୍କୁ ଭେଟିବି ଏବଂ ମୁଁ ଜଣେ ସଚ୍ଚୋଟ ନେତା କି ଦୁର୍ନୀତିଗ୍ରସ୍ତ ସେମାନେ ହିଁ କହିବେ। ଯଦି ମୁଁ ସଚ୍ଚୋଟ ବୋଲି ପ୍ରମାଣିତ ହୁଏ ତେବେ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ