Friday, August 14, 2026
24.7 C
Odisha

    ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ । ଚନ୍ଦକା ପୋଲିସ ୭ ଜଣଙ୍କୁ ମହିଳାଙ୍କ ଉପରକୁ ହାତ ଉଠାଇଥିବା ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହିତ ସେମାନଙ୍କ ମୋବାଇଲ ଓ ତା ମଧ୍ୟରୁ ଗୋଟେ ଭିଡିଓ ଓ ଗୋଟେ ଅଡିଓ ଜବତ କରିଛି ପୋଲିସ । ତେବେ ୭ ଜଣ ସମସ୍ତେ ଛାତ୍ର ବୋଲି ଜଣାପଡିଛନ୍ତି । ହେଲେ ସେଦିନ ସେମାନେ ଏତେ ରାତିରେ ସେଠି କ’ଣ କରୁଥିଲେ ସେନେଇ କିଛି ଜଣା ପଡିନି । ତେବେ ୭ ଜଣ ଅଭିଯୁକ୍ତଙ୍କ କହିବା ଅନୁସାରେ, ଆମେ କେହି ହାତ ଉଠାଇ ନାହୁଁ। ମେଜରଙ୍କ ବାନ୍ଧବୀ ଜଣଙ୍କ ଆଗ ତାଙ୍କୁ ଦୁର୍ବ୍ୟବହାର କରିବା ପରେ ସେ ତାଙ୍କ ସହ ଯୁକ୍ତି ତର୍କ କରିଥିଲେ। ସେମାନେ ନିଶାରେ ଥିଲେ ଆମ ସହ ଆଗୁଆ ଯୁକ୍ତିତର୍କ କରିଥିଲେ। ଭିଡିଓରେ ଦେଖିପାରିବେ ମେଜର ଜଣକ ଆମକୁ ଠେଲାପେଲା କରିଥିଲେ। ଭରତପୁର ଥାନାରେ କ’ଣ ଘଟିଛି ଆମେ ଜାଣିନୁ। ଏସମ୍ପର୍କରେ ମାଡାମ ଗଣମାଧ୍ୟମରେ ମତ ଦେଇଛନ୍ତି। ତେବେ ଗତ ୧୫ ତାରିଖରେ ୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାରରେ ଯାଉଥିବା ସମୟରେ ମଝି ରାସ୍ତାରେ ୨ଟି କାରରେ କିଛି ରୋଡ ରୋମିଓ ସେମାନଙ୍କୁ ସାଇଡ ମାରିବା ସହ ଦୁର୍ବ୍ୟବହାର କରିଥିଲେ। ଯାହାକୁ ନେଇ ଦୁହେଁ ଅଭିଯୋଗ କରିବା ପାଇଁ ଭରତପୁର ଥାନାକୁ ଯାଇଥିଲେ। ହେଲେ ଥାନା ଅଧିକାରୀ ଏନେଇ କାର୍ଯ୍ୟନୁଷ୍ଠାନ ନଗ୍ରହଣ କରି ଲିଖିତ ଅଭିଯୋଗ କରିବାକୁ କହିଥିଲେ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    91 %
    1.9kmh
    100 %
    Thu
    25 °
    Fri
    27 °
    Sat
    24 °
    Sun
    24 °
    Mon
    26 °

    ସମ୍ବନ୍ଧିତ