Wednesday, March 25, 2026
25.5 C
Odisha

    ଦିଲ୍ଲୀ ନମ୍ବର-୧ ପ୍ରଦୂଷିତ ରାଜଧାନୀ, ଯାହା WHOର ନିରାପଦ ସୀମାଠାରୁ ପ୍ରାୟ ୨୦ ଗୁଣ ଅଧିକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀ ନମ୍ବର-୧ ପ୍ରଦୂଷିତ ରାଜଧାନୀ । ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ହେଉଛି ଦିଲ୍ଲୀ । ୨୦୨୫ର ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ଅନୁସାରେ, ଦିଲ୍ଲୀ କ୍ରମାଗତ ଷଷ୍ଠ ଥର ପାଇଁ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ହୋଇଛି । ଦିଲ୍ଲୀରେ ପ୍ରଦୂଷଣ ମାତ୍ରା (PM2.5) । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିରାପଦ ସୀମାଠାରୁ ପ୍ରାୟ ୨୦ ଗୁଣ ଅଧିକ । ଦିଲ୍ଲୀରେ ଗାଡ଼ି ମୋଟରର ଧୂଆଁ, କଳକାରଖାନା, ନିର୍ମାଣ କାର୍ଯ୍ୟରୁ ବାହାରୁଥିବା ଧୂଳି ଏବଂ ପଡ଼ୋଶୀ ରାଜ୍ୟରେ ନଡ଼ା ପୋଡ଼ିବା ଯୋଗୁଁ ବାୟୁ ଅତି ମାରାତ୍ମକ ହୋଇପଡ଼ୁଛି । ଏହାସହ ଉତ୍ତରପ୍ରଦେଶର ଲୋନି ନମ୍ବର-୧ ପ୍ରଦୂଷିତ ସହର ।

    ବିଶ୍ୱର ୫୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୨୯ଟି ସହର ରହିଛି । ପ୍ରଦୂଷଣରେ ଟପ୍-୧୦ରେ ରହିଛି ଭାରତର ୫ ସହର । ପ୍ରଥମରେ ଲୋନି ଥିବାବେଳେ ତୃତୀୟରେ ମେଘାଳୟର ବର୍ଣ୍ଣିହାଟ ରହିଛି। ଚତୁର୍ଥରେ ଦିଲ୍ଲୀ, ପଞ୍ଚମରେ ଗାଜିଆବାଦ ଓ ୧୦ ନମ୍ବରରେ ରହିଛି ପଶ୍ଚିମବଙ୍ଗୀ ବୀରନଗର । ସେପଟେ ଦକ୍ଷିଣ ଆଫ୍ରିକାର ନିଉଭୋଲ୍ଡଭିଲ୍ ସହର ବିଶ୍ୱର ସବୁଠାରୁ ସଫା ବାୟୁ ଥିବା ସହର ଭାବେ ଘୋଷିତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.5 ° C
    25.5 °
    25.5 °
    64 %
    2.1kmh
    39 %
    Wed
    26 °
    Thu
    38 °
    Fri
    40 °
    Sat
    40 °
    Sun
    41 °

    ସମ୍ବନ୍ଧିତ