Monday, October 19, 2026
21.9 C
Odisha

    ଦୀପାବଳିରେ ବଡ଼ ଅଘଟଣ, ଜଳିଗଲା ୬୬ ଦୋକାନ

    ଆଗକୁ ପଢନ୍ତୁ

    ଆଲୋକର ପର୍ବ ଦୀପାବଳି ଅବସରରେ ଝାଡ଼ଖଣ୍ଡରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି। ବୋକାରୋର ମାରଗା ପୋଲ ନିକଟରେ ବାଣ ଦୋକାନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୬୬ଟି ଦୋକାନ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବାରଣ ଖେଳିଯାଇଥିଲା। ମିଳଥିବା ସୂଚନା ଅନୁଯାୟୀ, ନିଆଁ ଲାଗିଥିବା ସମ୍ପର୍କରେ ସୂଚନା ମିଳିବା ପରେ ୪ ଦମକଳ ଗାଡ଼ି ସେଠାର ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ ଲାଗିବାର କାରଣ ଏବେ ପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ଏଥିରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ