Monday, October 19, 2026
21.9 C
Odisha

    ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଦୀପାବଳି

    ଆଗକୁ ପଢନ୍ତୁ

    କାର୍ତ୍ତିକ ମାସର ଅମାବାସ୍ୟାରେ ଏହି ପର୍ବ ପାଳିତ ହୋଇଥାଏ। ଦୀପାବଳି ପୁରପଲ୍ଲୀ, ସହର ବଜାର ସବୁଠାରେ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ । ଓଡ଼ିଶାରେ ଏହିଦିନ କାଉଁରିଆ ଜଳାଇ ବଡ଼ବଡ଼ିଆ ଡକାଯାଇଥାଏ । ଏହି ଦିନ ମା’ କାଳୀଙ୍କୁ ମଧ୍ୟ ଆରାଧନା କରାଯାଏ। ପରମ୍ପରା ଦୃଷ୍ଟିରୁ, ଏହା ଆଲୋକର ଏକ ମହାନ ପର୍ବ। ଆଲୋକ ଏକପ୍ରକାର ସକାରତ୍ମକ ଶକ୍ତି । ତେଣୁ ଏହି ଦିନ ଲୋକମାନେ ଘରକୁ ଆଲୋକମାଳାରେ ସୁସଜ୍ଜିତ କରି ନକାରାତ୍ମକ ଶକ୍ତିକୁ ବାହାର କରିଦିଅନ୍ତି। ଅନ୍ଧାରରୂପକ ନକାରାତ୍ମକ ଶକ୍ତି ଉପରେ ବିଜୟ ହାସଲ କରିବାକୁ ଆଲୋକର ଆବଶ୍ୟକତା ରହିଛି। ଆନନ୍ଦ, ଉଲ୍ଲାସ, ଭକ୍ତି ଓ ଶକ୍ତିର ପର୍ବ ଦୀପାବଳୀକୁ ନେଇ ଚଳଚଞ୍ଚଳ ହୋଇଉଠେ ପୁରପଲ୍ଲୀ ।

    ବିଶେଷତଃ ଓଡ଼ିଶାରେ ଦୀପାବଳି ଦିନ ପୟା ଶ୍ରାଦ୍ଧ ଅନୁଷ୍ଠିତ ହୁଏ। ତୁଳସୀ ଚଉଁରା ପାଖରେ ମୁରୁଜରେ ଚିତା କାଟି ପିତୃ ପୁରୁଷଙ୍କୁ ଫଳମୂଳ ତଥା ଦୀପଦାନ କରାଯାଇଥାଏ। ବଡ଼ବଡ଼ୁଆ ଅର୍ଥାତ୍‌ ପିତୃପୁରୁଷଙ୍କୁ କାଉଁରିଆ କାଠି ଜାଳି ଲୋକେ ଆଲୋକ ପ୍ରଦର୍ଶନ କରିଥାନ୍ତି। ପିତୃ ପୁରୁଷମାନେ ପିତୃପକ୍ଷରେ ଆସି ଦାୟାଦଙ୍କଠାରୁ ତର୍ପଣ, ପିଣ୍ଡ ପ୍ରଭୃତି ଗ୍ରହଣ କରି ଦୀପାବଳିେର ବିଦାୟ ନେଇଥାନ୍ତି। ସେଥିପାଇଁ ଲୋକେ କହିଥାନ୍ତି, ‘‘ବଡ଼ବଡ଼ୁଆ ହୋ! ଅନ୍ଧାରରେ ଆସି ଆଲୁଅରେ ଯାଅ। ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ, ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାହାଚେ ଗଡ଼ଗଡ଼ଉ ଥାଅ।” ଓଡ଼ିଶା ସମେତ ଦେଶର ପ୍ରତ୍ୟେକ ହିନ୍ଦୁ ପରିବାର ଘରେ ପିଠାପଣା କରି ଆନନ୍ଦ ଉଲ୍ଲାସର ସହ ଦୀପାବଳି ମନାଇଥାନ୍ତି। ପୁରାଣ କଥା ଅନୁସାରେ, ପ୍ରଭୁ ରାମଚନ୍ଦ୍ର ରାବଣକୁ ବଧ କରି ମାତା ସୀତାଙ୍କୁ ଉଦ୍ଧାର କରି ଆଜି ଅଯୋଧ୍ୟା ଫେରିଥିଲେ। ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟକୁ ପାଳନ କରିବାକୁ ଯାଇ ଘରେ ଦୀପ ଜାଳିଥିଲେ। ସେହି ଦିନରୁ ହିଁ ଭାରତବର୍ଷରେ ଏହି ଉତ୍ସବ ପାଳନ କରାଯାଉଛି ବୋଲି କୁହାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ