Friday, November 7, 2025
26.1 C
Odisha

    ଦୀପାବଳିରେ ମହିଳାମାନଙ୍କୁ ମିଳିବ ଖୁସି ଖବର, ମାଗଣାରେ ମିଳିବ ରୋଷେଇ ଗ୍ୟାସ୍ ସିଲିଣ୍ଡର

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ : ଦୀପାବଳିରେ କୋଟି କୋଟି ମହିଳାଙ୍କୁ ଖୁସି ଖବର ଦେବେ ସରକାର । ମହିଳା ଓ ଯୁବତୀଙ୍କୁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇବେ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଲୋକଭବନରେ ଆୟୋଜିତ ଏକ ସମାରୋହରେ ମାଗଣା ଏଲପିଜି ସିଲିଣ୍ଡର ରିଫିଲ୍ ଯୋଜନା ଆରମ୍ଭ କରିବେ । ଏହା ଅଧିନରେ ମହିଳାମାନଙ୍କୁ ମାଗଣା ଏଲପିଜି ସିଲିଣ୍ଡର ମିଳିବ ।

    ସୂଚନା ଅନୁସାରେ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରକୁ ପ୍ରତିବର୍ଷ ଦୁଇଟି ମାଗଣା ଏଲପିଜି ସିଲିଣ୍ଡର ରିଫିଲ୍ ଯୋଗାଇ ଦିଆଯିବ । ଏହି ଯୋଜନା ଅଧୀନରେ, ୨୦୨୫-୨୬ ଆର୍ଥିକ ବର୍ଷରେ ଦୁଇଟି ପର୍ଯ୍ୟାୟରେ ମାଗଣା ସିଲିଣ୍ଡର ରିଫିଲ୍ ବଣ୍ଟନ କରାଯିବ । ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୨୦୨୫ ରୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜାନୁଆରୀ ୨୦୨୬ ରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚାଲି ବ। ଯୋଗୀ ସରକାର ଏଥିପାଇଁ ୧୫୦୦ କୋଟିର ବଜେଟ ବ୍ୟବସ୍ଥା କରିଛନ୍ତି ।

    ହିତାଧିକାରୀମାନେ ବଜାର ହାରରେ (ସବସିଡି ସମେତ) ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର କିଣିବେ, ଏବଂ ସମ୍ପୂର୍ଣ୍ଣ ସବସିଡି ରାଶି ୩-୪ ଦିନ ମଧ୍ୟରେ ସେମାନଙ୍କର ଆଧାର-ସଂଲଗ୍ନ ଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ଯେଉଁମାନଙ୍କର ପୂର୍ବରୁ ୫ କିଲୋଗ୍ରାମ ସିଲିଣ୍ଡର ଅଛି, ସେମାନେ ମଧ୍ୟ ୧୪.୨ କିଲୋଗ୍ରାମ ସିଲିଣ୍ଡର ପାଇପାରିବେ । ଏହି ଯୋଜନା ସିଙ୍ଗଲ କନେକ୍ସନ ଧାରକଙ୍କୁ ମଧ୍ୟ ଲାଭ ଦେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.1 ° C
    26.1 °
    26.1 °
    57 %
    1.4kmh
    2 %
    Fri
    28 °
    Sat
    27 °
    Sun
    26 °
    Mon
    26 °
    Tue
    26 °

    ସମ୍ବନ୍ଧିତ