Friday, October 18, 2024
27.3 C
Odisha

    ଦୀପାବଳି ସୁଦ୍ଧା ରାଜ୍ୟ କଂଗ୍ରେସକୁ ମିଳିପାରେ ନୂଆ ପିସିସି ସଭାପତି

    ଆଗକୁ ପଢନ୍ତୁ

    ଦୀପାବଳି ସୁଦ୍ଧା ରାଜ୍ୟ କଂଗ୍ରେସକୁ ମିଳିପାରେ ନୂଆ ପିସିସି ସଭାପତି । ଏଭଳି ଆଶା ପ୍ରକାଶ କରିଛନ୍ତି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା । ଦୀପାବଳୀ ପୂର୍ବରୁ ପିସିସି ମୁଖିଆ ନିଯୁକ୍ତି ହେବେ । କଂଗ୍ରେସର ଉପଯୁକ୍ତ ନେତାଙ୍କୁ ପିସିସି ଦାୟିତ୍ବ ମିଳିବ ବୋଲି କହିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ । ଖୁବଶୀଘ୍ର ରାଜ୍ୟକୁ ନୂଆ ପିସିସି ସଭାପତି ମିଳିବ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଏଆଇସିସି ।

    ଛିତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନିକ କାର୍ଯ୍ୟ ଓ ନେତୃତ୍ବ ସଂପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି । ମନାକ୍ଷି ନଟରାଜନଙ୍କ ସହ ସମନ୍ବୟ ରକ୍ଷା କରି ତୂରନ୍ତ ଓଡ଼ିଶା ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଆଇସିସି ସାଧାରଣ ସଂପାଦକ କେସି ବେଣୁଗୋପାଳ ଏ ନେଇ ମହନ୍ତଙ୍କୁ ଚିଠି ଲେଖି ଜଣାଇଛନ୍ତି ।

    ଶ୍ରୀକାନ୍ତ ଜେନା କହିଛନ୍ତି, ଚରଣ ଦାସ ଅନୁଭବୀ ନେତା ।ସେ ରାଜ୍ୟରେ କେଉଁ କେଉଁ ନେତାଙ୍କ ସହ ଆଲୋଚନା କରିବେ ତାହା ତାଙ୍କ ଉପରେ ନିର୍ଭର କରେ । ଚଳିତ ବର୍ଷ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରେ ଜୁଲାଇ ୨୧ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସକୁ ଭାଙ୍ଗି ଦିଆଯାଇଛି । ଏହା ବଦଳରେ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଏପର୍ଯ୍ୟନ୍ତ ପିସିସି ସଭାପତି ନିଯୁକ୍ତି ମିଳିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    86 %
    1.4kmh
    93 %
    Fri
    25 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ