ସୁନ୍ଦରଗଡ଼  :  ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ଟ୍ରଲର ମୁହାଁମୁହିଁ ଧକ୍କା ହୋଇଛି।ଗାଡ଼ି ସହିତ ଜୀବନ୍ତ ଜଳିଗଲେ ଦୁଇ ଡ୍ରାଇଭର ।ଟ୍ରକ ଭିତରେ ହିଁ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ଡ୍ରାଇଭର। ଡ୍ରାଇଭରମାନଙ୍କ ପରିଚୟ ମିଳିପାରିନାହିଁ । ସେମାନେ ବିହାର ଅଂଚଳର ହୋଇଥିବା ସୂଚନା ରହିଛି । ସୁନ୍ଦରଗଡ଼ କୋଲକରିଡର ଅଁଳାବାହାଲ ଛକ ନିକଟରେ ବିଳମ୍ବିତ ରାତିରେ ହୋଇଛି ଦୁର୍ଘଟଣା।

ସ୍ଥାନୀୟ ଲୋକେ ଡ୍ରାଇଭରମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁ ଏତେ ଜୋରରେ ଥିଲା ଯେ ବଞ୍ଚାଇବା ଅସମ୍ଭବ ଥିଲା ।ଜୀଅନ୍ତା ଜଳି ମରିଗଲେ ଦୁଇ ଡ୍ରାଇଭର। ଘଟଣା ସ୍ଥଳରେ ଲେଫ୍ରିପଡା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।