Monday, November 16, 2026
20.9 C
Odisha

    ପର୍ଯ୍ୟଟକଙ୍କ ପାଇଁ ୪ ଦିନ ଯାଏଁ ଡଙ୍ଗା ଚଳାଚଳ ବନ୍ଦ

    ଆଗକୁ ପଢନ୍ତୁ

    ପୁରୀ : ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ କରାଯାଇଛି । ୨୬ରୁ ୨୯ ତାରିଖ ୪ ଦିନ ପାଇଁ ଚିଲିକାରେ ଭସାପୋଲ ଓ ଡ଼ଙ୍ଗା ଚଳାଚଳ ଉପରେ ଲାଗିଲା କଟକଣା । ଭସାପୋଲ ସହ ପର୍ଯ୍ୟଟକଙ୍କ ପାଇଁ ଡଙ୍ଗା ଚଳାଚଳ ବନ୍ଦ କରାଯାଇଛି ।

    ସମ୍ଭାବ୍ୟ ବାତ୍ୟାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଚିଲିକା ସହିତ ସମସ୍ତ ନଦୀ ନାଳରେ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ । ବେଆଇନ ଡ଼ଙ୍ଗା ଚଳାଚଳ ଉପରେ କଡା ନଜର ରଖାଯିବ। ଲୋକଙ୍କ ସୁରକ୍ଷା ଓ ଧନ ଜୀବନ ରକ୍ଷା ପାଇଁ ସ୍ଥାନୀୟ ବ୍ଲକ BDO ଲୋକଙ୍କୁ ସଚେତନ କରାଇବେ । ଯେଉଁମାନେ ନିୟମ ଉଲଘଂନ କରିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

    ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ସମୟରେ ମତ୍ସ୍ୟଜୀବୀ, ଡଙ୍ଗା ଚାଳକ ଓ ପର୍ଯ୍ୟଟକମାନଙ୍କୁ ଜଳପଥରେ ଯାତାୟାତ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ପାଣିପାଗ ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମସ୍ତେ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.9 ° C
    20.9 °
    20.9 °
    70 %
    1.5kmh
    100 %
    Mon
    20 °
    Tue
    27 °
    Wed
    24 °
    Thu
    20 °
    Fri
    21 °

    ସମ୍ବନ୍ଧିତ