Thursday, April 2, 2026
38.5 C
Odisha

    ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୁଇ ଦିନ ଭିିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି । ମୋ ସ୍ଥାନରେ ଅନ୍ୟ କେହି ମୁଖ୍ୟମନ୍ତ୍ରୀ ହେବେ’ ବୋଲି ଘୋଷଣା କରିଛନ୍ତି ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ବିଧାୟକ ଦଳ ବୈଠକରେ ଆଗାମୀ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଚର୍ଚ୍ଚା ହେବ ବୋଲି ସେ ସୂଚନା ଦେଇଛନ୍ତି । ଆଜି ଆପ୍ ମୁଖ୍ୟାଳୟ ପହଂଚିବା ପରେ ଦଳୀୟ ନେତାଙ୍କୁ ସାଧାରଣ ସଭାରେ ସମ୍ବୋଧିତ କରି କେଜରିୱାଲ କହିଛନ୍ତି, ‘ଦୁଇ ଦିନ ପରେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି । ସେପର୍ଯ୍ୟନ୍ତ ଜଣେ ଦଳୀୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପଦବୀରେ ରହି କାର୍ଯ୍ୟଭାର ସମ୍ଭାଳିବେ । ମୁଁ କାର୍ଯ୍ୟରେ ନିଷ୍ଠାପର ଓ ବିଶ୍ୱସ୍ତ ବୋଲି ଯେପର୍ଯ୍ୟନ୍ତ ଦିଲ୍ଲୀର ଜନତା ନିଷ୍ପତ୍ତି ନକରିଛି ସେପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ ।’ ଏହି ସଭାରେ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ‘ଜନତାଙ୍କ ଆଶୀର୍ବାଦରୁ ବିଜେପିର ସମସ୍ତ ଷଡ଼ଯନ୍ତ୍ରର ମୁକାବିଲା କରିବା ପାଇଁ ଆମ ପାଖରେ ଶକ୍ତି ଅଛି । ବିଜେପି ସମ୍ମୁଖରେ ଆମେ କେବେ ମୁଣ୍ଡ ନୁଆଁଇବୁ ନାହିଁ, ଅଟକିବୁ ନାହଁ କି ବିକ୍ରି ହେବୁ ନାହିଁ । ଆମେ ସଚ୍ଚୋଟ ବୋଲି ଦିଲ୍ଲୀ ପାଇଁ ଏତେ ସବୁ କରିବାରେ ସକ୍ଷମ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ