Tuesday, February 17, 2026
31.2 C
Odisha

    ଦୁଇ ନାବାଳକ ଅପରାଧୀ ଚମ୍ପଟ, ଏକାଧିକ ଅପରାଧରେ ଥିଲେ ସମ୍ପୃକ୍ତ

    ଆଗକୁ ପଢନ୍ତୁ

    ଅନୁଗୁଳ: ଅନୁଗୁଳରୁ ଦୁଇ ନାବାଳକ ଅପରାଧୀ ଚମ୍ପଟ ।  ଅନୁଗୁଳ ପର୍ଯ୍ୟବେକ୍ଷଣ ଗୃହରୁ ଡ୍ରେନ୍ ବାଟ ଦେଇ ଦୁଇ ନାବାଳକ ଅପରାଧୀ ଚମ୍ପଟ ମାରିଛନ୍ତି । ଗୋପବନ୍ଧୁ ଛକଠାରେ ରାଜ୍ୟ ବାଲ ସୁଧାର କେନ୍ଦ୍ର ରହିଛି ।  ବାଳ ସୁଧାର ଜୁଭେନାଇଲ କାରାଗାର ସୁରକ୍ଷାବଳୟ ଡେଇଁ ଚମ୍ପଟ ମାରିଛନ୍ତି ।  ଏକାଧିକ ଅପରାଧରେ ସମ୍ପୃକ୍ତ ଥିଲେ ଏହି ଦୁଇ ନାବାଳକ ଅଭିଯୁକ୍ତ । ଜଣେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଔପଦା ଥାନା ଅଞ୍ଚଳର ଏବଂ ଅନ୍ୟଜଣେ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ହରିପୁର ଗ୍ରାମର ବୋଲି ଜଣାପଡ଼ିଛି ।

    ଥାନାରେ ମାମଲା ଦାୟର କଲେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷଣ ଗୃହର କାଉନସିଲର। ଏହି ସୁଧାରଗୃହରେ ୩୦ଜଣ ନାବାଳକ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି । ତେବେ ଦୁଇ ଅଭିଯୁକ୍ତ ଫେରାର ହୋଇଥିବା ବେଳେ କାରାଗାରର ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ବାଲ ସୁଧାର କେନ୍ଦ୍ରରେ କିଛି ମାସ ପୂର୍ବରୁ ଜଣେ ନାବାଳକ ଅପରାଧୀ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲା ।  ବାରମ୍ବାର କେନ୍ଦ୍ରରେ ଏଭଳି ଘଟଣା ଘଟୁଥିବା ନେଇ ଏହାର ସୁରକ୍ଷା ପାଇଁ କର୍ତ୍ତୃପକ୍ଷ ଯତ୍ନବାନ ରହୁନଥିବା ଅଭିଯୋଗ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    17 %
    2.6kmh
    0 %
    Tue
    32 °
    Wed
    33 °
    Thu
    35 °
    Fri
    36 °
    Sat
    36 °

    ସମ୍ବନ୍ଧିତ