Wednesday, October 7, 2026
27.2 C
Odisha

    ଦୁଇ ମହଲା ଛାତରୁ ତଳକୁ ଖସିପଡ଼ି ଯୁବକ ମୃତ

    ଆଗକୁ ପଢନ୍ତୁ

    ବାରଙ୍ଗ: ଅସାବଧାନତା ଯୋଗୁଁ ଚାଲିଗଲା ଜୀବନ । ଦୁଇ ମହଲା ଛାତରୁ ତଳକୁ ଖସିପଡ଼ି ଯୁବକ ମୃତ । ମୃତ ଯୁବକ ହେଲେ ଜଗନ୍ନାଥ ସାହୁ। ସେ ଓମଫେଡରେ କ୍ଷୀର ଟ୍ୟାଙ୍କର ଚାଳକ ଭାବେ କାର୍ଯ୍ୟ କରନ୍ତି । ଯୁବକଙ୍କ ନିଜ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ଆମ୍ବଶାଳ ଗ୍ରାମରେ ହୋଇଥିବା ବେଳେ ଏଠାରେ ଷଣ୍ଢପୁର ଗ୍ରାମରେ ଘର ଭଡ଼ା ନେଇ ତାଙ୍କ ଭାଇଙ୍କ ସହ ରହୁଥିଲେ । ଗତକାଲି ରାତି ପ୍ରାୟ ୧୧ ଟା ସମୟରେ ଘରର ଛାତ ଉପରେ ଚଲାବୁଲା କରୁଥିବା ବେଳେ ଅସାବଧାନତା ବଶତଃ ଦୁଇ ମହଲା ଛାତରୁ ତଳକୁ ଖସି ପଡ଼ିଥିଲେ । ତଳେ ପଡି ପାଚେରୀରେ ତାଙ୍କ ମୁଣ୍ଡ ମାଡ଼ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଗୋଡିସାହି ଫାଣ୍ଡି ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ