Saturday, April 11, 2026
25.2 C
Odisha

    ଦୁନିଆକୁ ଅଲବିଦା କହିଲେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ସିନେନିର୍ଦ୍ଦେଶକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ‘ମାୟା ଦର୍ପଣ’ ଏବଂ ‘ତରଙ୍ଗ’ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ଦ୍ଦେଶକ କୁମାର ଶାହାନିଙ୍କ ଦେହାନ୍ତ ହୋଇଛି। ସେ ୮୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ନିର୍ଦ୍ଦେଶକ କୁମାର ଶାହାନି ପସୋଲିନି ଏବଂ ତାରକୋଭସ୍କି ପରି ମହାନ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ । କାହାଣୀ ଲେଖିବାର ଅନନ୍ୟ ଶୈଳୀ ପାଇଁ କୁମାର ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ନିର୍ଦ୍ଦେଶକ ସହିତ କୁମାର ଶାହାନୀ ଜଣେ ଶିକ୍ଷାବିତ୍ ତଥା ଲେଖକ ମଧ୍ୟ ଥିଲେ।ସେ ‘ଦ ଶକ ଅଫ ଡିଜାୟର ଆଣ୍ଡ ଅଦର ଏସେଜ’ ଭଳି ପୁସ୍ତକ ଲେଖିଛନ୍ତି। । କୁମାର ଶାହାନି ନିର୍ମଳ ବର୍ମାଙ୍କ କାହାଣୀ ଉପରେ ଆଧାର ‘ମାୟା ଦର୍ପଣ’ ନିର୍ମାଣ କରିଥିଲେ। ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ଫିଚର ଚଳଚ୍ଚିତ୍ର ବର୍ଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। କୁମାର ଶାହାନି ‘ତରଙ୍ଗ’, ‘ଖିଆଲ ଗାଥା’, ‘କସବା’ ଏବଂ ‘ଚାର ଅଧ୍ୟାୟ’ ଭଳି ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।ତାଙ୍କର ଚଳଚ୍ଚିତ୍ର ଏବଂ ପ୍ରବନ୍ଧଗୁଡ଼ିକ ଭବିଷ୍ୟତରେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଅନେକ ପ୍ରେରଣା ଯୋଗାଇବ ବୋଲି କୁହାଯାଉଛି।

    ୧୯୯୭ ମସିହାରେ କୁମାର ଶାହନିଙ୍କ ‘ଚାର ଅଧ୍ୟାୟ’ ମୁକ୍ତିଲାଭ କରିଥିଲା, ଯାହାକି ରବୀନ୍ଦ୍ରନାଥ ଟାଗୋରଙ୍କ ୧୯୪୩ ଉପନ୍ୟାସ ଉପରେ ଆଧାରିତ ଥିଲା। କୁମାର ଶାହନି କେବଳ ଜାତୀୟ ପୁରସ୍କାର ଜିତି ନାହାଁନ୍ତି ବରଂ ବିଭିନ୍ନ ସମୟରେ ୩ ଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପ୍ରାପ୍ତ କରିଛନ୍ତି। ୨୦୦୪ ପରେ ସେ ଚଳଚ୍ଚିତ୍ର ନିର୍ମାଣ ଛାଡି ଲେଖିବା ଏବଂ ଶିକ୍ଷାଦାନ ଆରମ୍ଭ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    30 %
    1.3kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ