Sunday, October 4, 2026
24.3 C
Odisha

    ମଙ୍ଗଳକୁ ହେଲିକପ୍ଟର ପଠାଇବ ଇସ୍ରୋ: ଯୋଜନା ନେଇ ଚାଲିଛି କାମ !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ମଙ୍ଗଳ ମିଶନରେ ହେଲିକପ୍ଟର ସାମିଲ ହେବାର ସମ୍ଭାବନା ରହିଛି। ଏହା ନାସାର ଇନଜେନିଟି ଡ୍ରୋନ ଆଧାରରେ ବିକଶିତ କରାଯିବ। ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ଏହାକୁ ନେଇ ଏକ ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି।
    ଇସ୍ରୋ ଏକ ଲ୍ୟାଣ୍ଡର ସହାୟତାରେ ମଙ୍ଗଳକୁ ହେଲିକପ୍ଟର ପଠାଇବାର ଯୋଜନା କରୁଛି। ମଙଗଳ ପୃଷ୍ଠରେ ଏହା ଅବତରଣ କରିବା ପରେ ଏହା ‌ରୋଭର ସହିତ ଏକ ରୋଟୋକପ୍ଟର(ହେଲିକପ୍ଟର)କୁ ମଧ୍ୟ ପଠାଇବ।ନାସାର ଇନଜେନିଟି ଡ୍ରୋନ ମଙ୍ଗଳରେ ୩ ବର୍ଷ ପର୍ଯ୍ୟନ୍ତ ୭୨ ଥର ଉଡ଼ାଣ କରିବା ସହିତ ୧୮ କିଲୋମିଟର ଯାତ୍ରା କରିଥିଲା। ଇସ୍ରୋ ଏଭଳି ହେଲିକପ୍ଟର ପଠାଇବାକୁ ଯୋଜନା କରୁଛି। ଏଥିରେ ତାପମାନ ସେନସର, ଆଦ୍ରତା ସେନସର, ପବନ ଗତି ସେନସର, ବିଦ୍ୟୁତ ସେନସର ପ୍ରୃତି କେତେକ ଉପକରଣ ରହିବ ବୋଲି କୁହାଯାଉଛି।ଇସ୍ରୋର ହେଲିକପ୍ଟର ମଙ୍ଗଳରେ ୧୦୦ ମିଟର ଉଚ୍ଚରେ ଉଡ଼ାଣ କରିବାର ଯୋଜନା ପ୍ରସ୍ତୁତ କରାଯାଉଛି। ଏଥିରେ ମାର୍ଟିୟନ ବାଉଣ୍ଡ୍ରି ଲେୟାର ଏକ୍ସପ୍ଲୋରର(ମାର୍ବଲ) ନାମ ଏକ ଉପକରଣ ସଂଯୁକ୍ତ କରାଯିବ। ଏହା ମଙ୍ଗଳର ବାୟୁମଣ୍ଡଳର ସରଂଚନା ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହେବ।

    ଇସ୍ରୋର ମାର୍ବଲ ମିଶନ ଦ୍ବାରା ସଂଗ୍ରହ କରାଯାଇଥିବା ତଥ୍ୟ ପରବତ୍ର୍ତୀ ସମୟରେ ମଙ୍ଗଳଗ୍ରହ ସମ୍ପର୍କରେ ବିଭିନ୍ନ ତଥ୍ୟ ଯୋଗାଇବାରେ ସକ୍ଷମ ହେବ ଏବଂ ମଙ୍ଗଳରେ ବସତି ସ୍ଥାପନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ‌ନାସାର ଡ୍ରୋନ ଭଳି ଏହାକୁ ଡିିଜାଇନ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ