Saturday, October 17, 2026
23.3 C
Odisha

    ଜେଲରେ ବି ମହିଳା ନୁହନ୍ତି ସୁରକ୍ଷିତ: ‌ବଢୁଛି ବଳାତ୍କାର ମାମଲା, ୫ ବର୍ଷରେ ୨୭୫ ଘଟଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷା ‌ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି। ମହିଳାମାନେ ବାହାରେ ତଥା ଘରେ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେଉଛନ୍ତି। ଜେଲରେ ମଧ୍ୟ ମହିଳାମାନେ ସୁରକ୍ଷିତ ନାହାନ୍ତି। ଏହା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ଦ୍ବାରା ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ୨୦୧୭ରୁ ୨୦୨୨ ଗତ ୫ ବର୍ଷ ମଧ୍ୟରେ ଜେଲରେ ମହିଳାଙ୍କ ପ୍ରତି ହୋଇଥିବା ବଳାତ୍କାର ତଥ୍ୟ ଏଥିରେ ପ୍ରକାଶ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଏହି ସମୟ ମଧ୍ୟରେ ୨୭୫ ବଳାତ୍କାର ଘଟଣା ଦେଶର ବିଭିନ୍ନ ଜେଲରେ ଘଟିଛି।ଏନସିଆରବି ରିପୋର୍ଟ ଅନୁସାରେ ଏଭଳି ଅପରାଧ କରୁଥିବା ଲୋକଙ୍କ ମଧ୍ୟରେ ପୁଲିସକର୍ମୀ, ଲୋକସେବକ, ସଶସ୍ତ୍ର ବଳର ସଦସ୍ୟ, ଜେଲ କର୍ମଚାରୀ, ସୁଧାର ଗୃହ କର୍ମଚାରୀ, ହାଜତ ତଥା ହସ୍ପିଟାଲ କର୍ମଚାରୀ ରହିଛନ୍ତି। ମହିଳା ଅଧିକାର କର୍ମୀମାନେ ଏଭଳି ଅପରାଧିକ କାର୍ଯ୍ୟ ପାଇଁ ପ୍ରଚଳିତ ଆଇନ ବ୍ୟବସ୍ଥା ଏବଂ ଏଥିଲାଗି ଉତ୍ତରଦାୟୀ ଥିବା ଅଧିକାରୀଙ୍କୁ ଦୋଷ ଦେଇଛନ୍ତି।ରି‌ପୋର୍ଟ ଅନୁସାରେ ୨୦୧୭ରେ ଜେଲରେ ହୋଇଥିବା ଏଭଳି ୮୯ଟି ମାମଲା ଘଟିଥିଲା। ୨୦୧୮‌ରେ ଏଭଳି ଘଟଣାର ସଂଖ୍ୟା କମି ୬୦ ରହିଥିଲା। ଅପରପକ୍ଷରେ ୨୦୧୯ରେ ଏହା ୪୭ ଥିବାବେଳେ ୨୦୨୦ରେ ୨୯, ୨୦୨୧‌ରେ ୨୬, ୨୦୨୨ରେ ୨୪ ରହିଥିଲା।

    ହାଜତରେ ହୋଇଥିବା ବଳାତ୍କାର ମାମଲା‌ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬(୨) ଅନୁସାରେ ଦାଏର କରାଯାଇଥାଏ। ଦେଶର ବିଭିନ୍ନ ରାଜ୍ୟମଧ୍ୟରୁ ଉତ୍ତରପ୍ରଦେଶର ଜେଲରେ ଏଭଳି ମାମଲା ସର୍ବାଧିକ ରହିଛି। ୨୦୧୭ରୁ ୨୦୨୨ ମଧ୍ୟରେ ରାଜ୍ୟରେ ଏଭଳି ୯୨ ଟି ମାମଲା ପଞ୍ଜିକୃତ ହୋଇଛି। ଏହାପରେ ମଧ୍ୟପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି। ସେଠାରେ ଜେଲରେ ମହିଳାଙ୍କ ହୋଇଥିବା ବଳାତ୍କାର ମାମଲା ସଂଖ୍ୟା ୪୩ ରହିଛି।
    ପପୁଲେସନ ଫାଉଣ୍ଡେସନ ଅଫ୍ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ପୁନମ ମୁତରେଜା ଜେଲରେ ହୋଇଥିବା ମହିଳା ବଳାତ୍କାର ମାମଲା ସମ୍ପର୍କରେ କହିଛନ୍ତି, ଜେଲରେ ଥିବା ମହିଳାଙ୍କ ପ୍ରତି ସରକାରୀ କର୍ମଚାରୀମାନେ ଏଭଳି ଅମାନୁଷିକ କାର୍ଯ୍ୟ କରିଥାନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ। ଘରେମହିଳାଙ୍କ ପ୍ରତି ନିର୍ଯାତନା ବଢୁଥିବାବେଳେ ଜେଲରେ ସମାନ କାର୍ଯ୍ୟ ହେଉଥିବା ଅତ୍ୟନ୍ତ ‌ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.3 ° C
    23.3 °
    23.3 °
    88 %
    1.5kmh
    19 %
    Sat
    23 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ