Friday, February 20, 2026
34 C
Odisha

    ଦୁର୍ଗାପୂଜାରେ ମହିଳାଙ୍କ ସୁରକ୍ଷା ପ୍ରଥମ ଦାୟିତ୍ୱ” କହିଲେ ଅତିରିକ୍ତ ପୋଲିସ କମିଶନର

    ଆଗକୁ ପଢନ୍ତୁ

    କଟକ: “ଦୁର୍ଗାପୂଜାର ଆୟୋଜନ ଏବଂ ପରିଚାଳନା ଏପରି ହେବା ଆବଶ୍ୟକ, ଯେପରି ଜଣେ ମହିଳା ମେଢ଼ ଭିତରେ ନିଜକୁ ସୁରକ୍ଷିତ ମନେ କରିବେ । ଏକ ଭୟ ମୁକ୍ତ ବାତାବରଣରେ ଚାଲି ବୁଲି ପାରିବେ । ସେହିଭଳି ପୂଜା ସମୟରେ ମେଲୋଡି ପରିବେଷଣ ସ୍ଥାନରେ ଜଣେ ବାପା ତା ଝିଅ ସହିତ, ଜଣେ ଭାଇ ତା ଭଉଣୀ ସହିତ ଏକାଠି ବସି ମେଲୋଡିର ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖି ପାରିବ ଏବଂ ଶୁଣିପାରିବ । ମେଲୋଡିରେ ଅଶ୍ଳୀଳତା ବନ୍ଦ୍ କରିବାର ଦାୟିତ୍ଵ ଆପଣମାନଙ୍କର” ।

    ଏହିପରି କିଛି କଥା ନିଜ ସମ୍ଭାଷଣରେ କହିଛନ୍ତି ଦୈତ ନଗରୀର ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ । ଗତକାଲି କଟକ ସାରଳା ଭବନଠାରେ କମିଶନରେଟ ପୋଲିସ ପକ୍ଷରୁ ଅନୁଷ୍ଠିତ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ଏହି କଥା କହିଛନ୍ତି ଅତିରିକ୍ତ ପୋଲିସ କମିଶନର । ଏପରି କହିବା ସହିତ କଲିକତା ଦୁର୍ଗାପୂଜାର ଉଦାହରଣ ରଖିଛନ୍ତି ବରିଷ୍ଠ ପୋଲିସ ପଦାଧିକାରୀ । ଏପରି କରିପାରିଲେ ହିଁ ଆମେ ଆମ ଦୁର୍ଗା ପୂଜାକୁ ନେଇ ଗର୍ବ କରିପାରିବା ବୋଲି ଅତିରିକ୍ତ ପୋଲିସ କମିଶନର କହିଛନ୍ତି ।

    ଆଉ ଅଳ୍ପ ଦିନ ରହିଲା ଦୁର୍ଗାପୂଜା । ରୂପାର ସହର କଟକ ଏବେ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ । ଦୁର୍ଗାପୂଜାକୁ କିଭଳି ଭାବେ ଶାନ୍ତି ଓ ଶୃଙ୍ଖଳାରେ କରାଯିବ ସେନେଇ ଆୟୋଜିତ ହେଉଛି ବୈଠକ ପରେ ବୈଠକ । ଯେଉଁଥିରେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଆୟୋଜନ କରିବା ପାଇଁ କହିଛନ୍ତି ଅତିରିକ୍ତ ପୋଲିସ କମିଶନର କହିଛନ୍ତି । ଗତକାଲିର ପୂଜା ପ୍ରସ୍ତୁତି ବୈଠକରେ କଟକ ସହରର ସମସ୍ତ ଶାନ୍ତି କମିଟି ପୂଜା କମଟି କର୍ମକର୍ତ୍ତା ଉପସ୍ଥିତ ଥିଲେ । ଯେଉଁଥିରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ପୋଲିସ କମିଶନର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34 ° C
    34 °
    34 °
    14 %
    2.9kmh
    2 %
    Fri
    33 °
    Sat
    35 °
    Sun
    36 °
    Mon
    35 °
    Tue
    33 °

    ସମ୍ବନ୍ଧିତ