Thursday, October 8, 2026
22.7 C
Odisha

    ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ, ୧୬୨ ଜଣ ୱାରେଣ୍ଟିଙ୍କୁ ଧରିଛି ପୋଲିସ

    ଆଗକୁ ପଢନ୍ତୁ

    କଟକ : ଦୁର୍ଗାପୂଜା ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରି ଦେଇଛି କମିଶନରେଟ ପୋଲିସ ।  ଜାମିନ ବିହୀନ ଗିରଫ ପରୱାନା ତାଲିକାରେ ଥିବା ୧୬୨ ଜଣ ୱାରେଣ୍ଟିଙ୍କୁ ପୋଲିସ ଧରି ଥିବା ସୂଚନା ଦେଇଛନ୍ତି କଟକ ଡିସିପି ।  ପ୍ରସ୍ତୁତ ହୋଇଥିବା ତିନି ଶହରୁ ଉର୍ଦ୍ଧ୍ବ ତାଲିକା ଭିତରୁ, ୧୬୪ ଜଣ ପେସାଦାର ଅପରାଧୀ ଜେଲ ଭିତରେ ଥିବା ସୂଚନା ମିଳିଛି ।

    ସେହିପରି ନିଶା କାରବାର ଅଭିଯୋଗରେ ୨୨୫ ଟି ମାମଲା ରୁଜୁ କରାଯାଇଥିବାବେଳେ, ୧୧୦ ଟି ଏନ.ଡି.ପି.ଏସ କେସ ମଧ୍ୟ ରୁଜୁ ହୋଇଥିବା କଟକ ଡିସିପି କହିଛନ୍ତି ।  ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସହରରେ ଅଧିକ ସଂଖ୍ୟକ ସିସିଟିଭି ଲଗାଯାଇଛି, ଯାହା ଅପରାଧୀଙ୍କ ଫେସ ଡିଟେକ୍ସନ କରିବାରେ ସହାୟକ ହେବ ବୋଲି ସୂଚନା ମିଳିଛି ।

    ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯିବ ଏବଂ ଦଶହରା ସହ ଭଷାଣୀ ଶୋଭାଯାତ୍ରା ସିସିଟିଭି ନଜରରେ ରହିବ ବୋଲି ସୂଚନା ମିଳିଛି ।  ଗଣେଶ ପୂଜାରୁ ଏପର୍ଯ୍ୟନ୍ତ ଜୋରଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗ ନେଇ ସହରର ବିଭିନ୍ନ ଥାନାରେ ମୋଟ ୧୧ଟି ମାମଲା ରୁଜୁ ହୋଇଥିବା ବେଳେ, ସେଥିମଧ୍ୟରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।  ଜବରଦସ୍ତି ଚାନ୍ଦା ଆଦାୟ ଘଟଣା ନଜରକୁ ଆସିଲେ, ୱାଟସଆପ ନମ୍ବର 828033830 ରେ ମେସଜ କରି ଜଣାଇବାକୁ ଅପିଲ କରିଛନ୍ତି କଟକ ଡିସିପି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    89 %
    1.7kmh
    5 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ