Thursday, October 8, 2026
23.5 C
Odisha

    KIIT କୁ ‘ଏକ୍ସେଲେନ୍ସ ଇନ୍ ଗ୍ଲୋବାଲାଇଜେସନ୍’ ସମ୍ମାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :  ୨୧ତମ ଫିକି ହାୟର ଏଜୁକେସନ ସମ୍ମିଳନୀ-୨୦୨୬ରେ କିଟ୍ କୁ ‘ଏକ୍ସେଲେନ୍ସ ଇନ୍ ଗ୍ଲୋବାଲାଇଜେସନ୍’ ସମ୍ମାନ ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ ଶିକ୍ଷାକ୍ଷେତ୍ରରେ ସହଯୋଗ ବୃଦ୍ଧି, ବିଦେଶୀ ବିଶ୍ୱବିଦ୍ୟାଳୟ ସହ ଶିକ୍ଷା ଓ ଗବେଷଣା ସମ୍ପର୍କ ସୁଦୃଢ଼ କରିବା, ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ଆଦାନପ୍ରଦାନ ସୁଯୋଗ ସୃଷ୍ଟି କରିବା ଏବଂ ବିଶ୍ୱସ୍ତରୀୟ ଶିକ୍ଷା ଓ ଗବେଷଣା ସହଯୋଗକୁ ପ୍ରୋତ୍ସାହନ ଦେବାରେ କିଟ୍ ର ଉଲ୍ଲେଖନୀୟ ପ୍ରୟାସକୁ ଏହି ସମ୍ମାନ ସ୍ୱୀକୃତି ଦେଇଛି।

    ଜାତୀୟ ସ୍ତରର ଏହି ସମ୍ମାନକୁ ଭାରତ ସରକାରଙ୍କ ପୂର୍ବତନ ମାନବ ସମ୍ବଳ ବିକାଶ, ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ଗୃହ ବ୍ୟାପାର ମନ୍ତ୍ରୀ ତଥା ପଦ୍ମ ବିଭୂଷଣ ଡ. ମୁରଲୀ ମନୋହର ଯୋଶୀଙ୍କଠାରୁ କିଟ ଉପକୁଳପତି ପ୍ରଫେସର ଦେବାଶିଷ ବନ୍ଦ୍ୟୋପାଧ୍ୟାୟ; କ୍ଵାଲିଟି ଆସ୍ୟୁରାନସ ସେଲର ଡିନ୍‌ ଡ. ସିଦ୍ଧାର୍ଥ ସ୍ୱରୂପ ରାଉତରାୟ, ଉପନିର୍ଦ୍ଦେଶକ ଡ. ଦୀପ୍ତି ରଞ୍ଜନ ବିଶ୍ୱାଳ ଏହି ପୁରସ୍କାର ଗ୍ରହଣ କରିଥିଲେ।

    ବର୍ଷ ବର୍ଷ ଧରି କିଟ୍ ବିଶ୍ୱର ବିଭିନ୍ନ ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସହ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସହଭାଗିତା ସ୍ଥାପନ କରିଆସିଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ବିଦେଶୀ ସହପାଠୀ ଓ ସହକର୍ମୀଙ୍କ ସହ ଜ୍ଞାନ ଓ ଅଭିଜ୍ଞତା ବିନିମୟର ସୁଯୋଗ ପାଇଛନ୍ତି। ବିଭିନ୍ନ ଏକ୍ସଚେଞ୍ଜ୍ ପ୍ରୋଗ୍ରାମ୍, ମିଳିତ ଗବେଷଣା ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଶିକ୍ଷା କାର୍ଯ୍ୟକ୍ରମ କିଟ୍ ର ବିଶ୍ୱସ୍ତରୀୟ ଶିକ୍ଷା ପରିବେଶକୁ ଆହୁରି ସମୃଦ୍ଧ କରିଛି।

    ଏହି ସମ୍ମାନରେ ଖୁସି ପ୍ରକାଶ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କିଟ୍ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍ ବାହାରେ ଶିଖିବାର ସୁଯୋଗ ପାଆନ୍ତୁ ଏବଂ ସାରା ବିଶ୍ୱର ଲୋକଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରନ୍ତୁ ବୋଲି ଆମର ପ୍ରୟାସ ରହି ଆସିଛି। ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ସହ ଏହି ସମ୍ପର୍କ ଗଢ଼ିବା ଓ ସୁଦୃଢ଼ କରିବା ପାଇଁ କିଟର ଅଧ୍ୟାପକ ଓ ଟିମ୍‌ଗୁଡ଼ିକ ବର୍ଷ ବର୍ଷ ଧରି ନିଷ୍ଠାର ସହ କାର୍ଯ୍ୟ କରିଆସିଛନ୍ତି। ସେମାନଙ୍କ ପ୍ରୟାସକୁ ଏହି ସମ୍ମାନ ମିଳିଥିବାରୁ ମୁଁ ଅତ୍ୟନ୍ତ ଖୁସି। ଏହି ସମ୍ମାନ ପାଇଁ ଶ୍ରୀ ସାମନ୍ତ ଫିକିକୁ କୃତଜ୍ଞତା ଜଣାଇବା ସହ କିଟ୍ କୁ ବିଶ୍ୱ ମଞ୍ଚରେ ପହଞ୍ଚାଇବାରେ ଅବଦାନ ରଖିଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    88 %
    1.6kmh
    4 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ