ଲକ୍ଷ୍ନୌ : ଦୁର୍ଘଟଣା ଲୋକଙ୍କ ଉଦ୍ଧାର କରୁଥିବା ସମୟରେ ମାଡ଼ିଗଲା ଏସୟୁଭି । ଜୀବନ ହାରିଲେ ୫ ବ୍ୟକ୍ତି । ଏହାସହ ୪ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ମାହୋଲ ଦେଖିବାକୁ ମିଳିଛି ।
ଖବର ମୁତାବକ, ଉତ୍ତରପ୍ରଦେଶର ଗୋଣ୍ଡା-ଲକ୍ଷ୍ନୌ ଜାତୀୟ ରାଜପଥରେ ଭଲିୟାନ ପୁରୱା ସନ୍ତୋଷ ଢାବା ନିକଟରେ ରାସ୍ତାରେ ସଞ୍ଜୟ ତିଓ୍ୱାରୀ ନାମକ ଜଣେ ବାଇକ୍ ଆରୋହୀଙ୍କୁ ଏକ ଗାଡି ଧକ୍କା ଦେଇଥିଲା । ସେ ରାସ୍ତା କଡରେ ପଡିଯାଇଥିଲା । ଏହା ଦେଖି ଆଖପାଖର ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଥିଲେ । ଆଉ ଏହି ସମୟରେ ଏକ ଏସୟୁଭି ଗାଡ଼ି ଦ୍ରୁତଗତିରେ ଆସି ଏମାନଙ୍କ ଉପରେ ଚଢିଯାଇଥିଲା ।
ବାଇକ୍ ଆରୋହୀଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ୯ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଜଣା ଗାଡି ଧକ୍କାରେ ଆହତ ହୋଇଥିବା ସଞ୍ଜୟ ମଧ୍ୟ ରହିଛନ୍ତି ।
ଘଟଣା ବିଷୟରେ ଖବର ପାଇ ପୋଲିସ ପହଞ୍ଚି ମୃତାହତ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ପୋଲିସ ଘଟଣାରେ ଏସୟୁଭି ଡ୍ରାଇଭରକୁ ଗିରଫ କରିଛି ।
