Friday, October 2, 2026
22.9 C
Odisha

    ଦୁର୍ଘଟଣାରେ ଜଳିଗଲା ଟ୍ରକ୍‌-ବାଇକ୍‌; ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ବାଙ୍ଗିରିପୋଷି: ଦ୍ରୁତଗାମୀ ଟ୍ରକ୍‌ ସହିତ ବାଇକ୍‌ ଧକ୍କା ହୋଇଛି। ଏହା ପରେ ଉଭୟ ଟ୍ରକ୍‌ ଓ ବାଇକ୍‌ ଜଳି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା କଳାବାଡ଼ିଆ ପଞ୍ଚାୟତ ଅଧୀନ ୧୮ ନମ୍ବର ଜାତୀୟ ରାଜପଥର ଜଗନ୍ନାଥଖୁଣ୍ଟା ହାଇସ୍କୁଲ ସମ୍ମୁଖରେ ଆଜି ଅପରାହ୍‌ଣରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ବାଙ୍ଗିରିପୋଷି ଥାନା କଳାବାଡ଼ିଆ ପଞ୍ଚାୟତ ଅଧୀନ  ୧୮ ନମ୍ବର ଜାତୀୟ ରାଜପଥର ଜଗନ୍ନାଥଖୁଣ୍ଟା ହାଇସ୍କୁଲ ସମ୍ମୁଖରେ ଜଣେ ବାଇକ୍ ଆରୋହୀଙ୍କୁ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା। ଏହା ପରେ ବାଇକ୍ ଆରୋହୀ ତଳେ ପଡ଼ି ଯାଇଥିଲେ। ଏହା ପରେ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ଟ୍ରକ୍‌ର ଟାୟାରଗୁଡ଼ିକ ଫୁଟିଥିଲା। କିଛି ସମୟ ମଧ୍ୟରେ ବାଇକ୍‌ ଓ ଟ୍ରକ୍‌ ନିଆଁରେ ଜଳିଯାଇଥିଲା।

    ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ସେହିପରି ବାଙ୍ଗିରିପୋଷି ଓ ସାରସକଣାରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ଏହା ପୂର୍ବରୁ ଟ୍ରକ୍‌କୁ ନିଆଁ ଅକ୍ତିଆର କରିସାରିଥିଲା। ଗୁରୁତର ବାଇକ୍‌ ଆରୋହୀଙ୍କୁ ଉଦ୍ଧାର କରି ତାଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଟ୍ରକ ଡ୍ରାଇଭର ମଧ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି। ନିଆଁ ଲାଗିଥିବାରୁ କଳାବାଡିଆ-ଝାରପୋଖରିଆ ଜାତୀୟ ରାଜପଥ ୧୮ ବନ୍ଦ ଅଛି। ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି। ଯାତାୟତ ପ୍ରଭାବିତ ହେବା ସହିତ ଉତ୍ତେଜନା ଲାଗି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ