Friday, December 27, 2024
19 C
Odisha

    ଦୁର୍ଘଟଣାରେ ୫ ମୃତ, ୫ ଗୁରୁତର ; ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼/ହେମଗିରି : ଗୋପାଳପୁର-ରାୟଗଡ଼ ରାସ୍ତାର ହେମଗିରି ଥାନା ଅଧୀନ କନ୍ଦାଧୁଡ଼ା ଗ୍ରାମ ନିକଟରେ ଶୁକ୍ରବାର ମଧ୍ୟରାତ୍ରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଆହତ ହୋଇଛନ୍ତି । ମୃତକମାନେ ହେଲେ କନ୍ଦାଧୁଡା ଗ୍ରାମର ଜନେକ ମାଝୀ, ଯୋଗେଶ୍ୱର କିସାନ (୪୨), ଭୋଟ ପ୍ରଧାନ (୬୫), ସମରପିଣ୍ଡା ଗ୍ରାମର ପାଲେଶ୍ୱର ସା (୪୨ ଓ ଚକାବାହାଲ ଗ୍ରାମର ଡୋଲାମଣି ସିଦ୍ଦାର (୩୫) । ଆହତଙ୍କ ମଧ୍ୟରେ ଚକାବାହାଲର ଅର୍ଜୁନ ସିଦ୍ଦାର (୧୪), କନ୍ଦାଧୁଡା ଗ୍ରାମର ଭଗବାନ ଭୋଇ, ଦୁଖୁ ଭୋଇ (୫୦), ଉଦ୍ଧବ ସେଠ (୬୫) ଓ ମଙ୍ଗଲୁ ସଉଁରା ( ୪୨) ରହିଛନ୍ତି । ଆହତଙ୍କୁ ଡାକ୍ତରଖାନା ପଠାଯାଇଛି । ସୂଚନା ଅନୁସାରେ ଛତିଶଗଡ଼ ରାଜ୍ୟ ଚକାବାହାଲ ଗ୍ରାମରୁ ସଂକୀର୍ତ୍ତନ ଦଳକୁ ହେମଗିରି ଥାନା ଅଞ୍ଚଳକୁ ଛାଡ଼ିବାକୁ ଆସୁଥିବା ଏକ ଭ୍ୟାନ୍ ରାସ୍ତା କଡ଼ରେ ବ୍ରେଡ୍‌ଡାଉନ ହୋଇ ଛିଡ଼ାହୋଇ ଥିବା ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଇଥିଲା । ଏମାନେ ସମସ୍ତେ ଚକାବାହାଲ୍ ଗ୍ରାମକୁ ଏକ ଅନ୍ତ୍ୟେଷ୍ଟିକ୍ରିୟା ପରେ କୃଷ୍ଣଗୁରୁ ସଂକୀର୍ତ୍ତନ ପରିବେଷଣ ପାଇଁ ଯାଇଥିଲେ । କୃଷ୍ଣଗୁରୁ ପରିବେଷଣ କରି ଘରକୁ ଫେରୁଥିବାବେଳେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଲୋକେ ରାସ୍ତା ଉପରେ ଶବ ରଖି ବିଭିନ୍ନ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ସୁନ୍ଦରଗଡ଼ ସଦର ଏସ୍‌ଡିପିଓ ଓ ହେମଗିରି ଥାନା ଅଧିକାରୀ, ବିଡିଓ, ତହସିଲଦାରଙ୍କ ସମେତ ବିଭିନ୍ନ ଥାନା ଅଧିକାରୀ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ତଥାପି ଲୋକେ ନିଜ ଜିଦରେ ଅଟଳ ରହି ରାସ୍ତା ଉପରେ ୨ଟି ଶବ ରଖି ଅବରୋଧ ଜାରି ରଖିଛନ୍ତି । ଅନ୍ୟ ୩ଟି ଶବ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମର୍ଗ ହାଉସରେ ରହିଥିବା ବେଳେ ଆହତଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    19 ° C
    19 °
    19 °
    97 %
    1.3kmh
    16 %
    Thu
    19 °
    Fri
    27 °
    Sat
    28 °
    Sun
    28 °
    Mon
    28 °

    ସମ୍ବନ୍ଧିତ