Thursday, February 26, 2026
31.6 C
Odisha

    ଦୁର୍ନୀତି ମାମଲା ରେ ଫସିଲେ ରବିନ ଉଥପ୍ପା

    ଆଗକୁ ପଢନ୍ତୁ

    ପୂର୍ବତନ ଖେଳାଳି ରବିନ ଉଥପ୍ପାଙ୍କ ନାମରେ ୱାରେଣ୍ଟ ଜାରି ହୋଇଛି । ୩୯ ବର୍ଷୀୟ ଖେଳାଳିଙ୍କ ଉପରେ ପ୍ରୋଭିଡେଣ୍ଟ ଫଣ୍ଡ ଦୁର୍ନୀତି ମାମଲାରେ ଅଭିଯୋଗ ହୋଇଛି । ଏହି ୱାରେଣ୍ଟ ଆଞ୍ଚଳିକ ପିଏଫ ଆୟୁକ୍ତ ସଦାକ୍ଷରୀ ଗୋପାଳ ରେଡ୍ଡୀ ଜାରି କରିଛନ୍ତି । ରେଡ୍ଡୀଙ୍କ ତରଫରୁ ଜାରି ହୋଇଥିବା ୱାରେଣ୍ଟ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲକେଶିନଗର ପୋଲିସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ରବିନ ଉଥପ୍ପା ସେଞ୍ଚୁରିଜ ଲାଇଫଷ୍ଟାଇଲ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡକୁ ଚଳାଉଛନ୍ତି । ସେ ତାଙ୍କ କମ୍ପାନୀରେ ଚାକିରି କରିଥିବା କର୍ମଚାରୀଙ୍କ ପିଏଫ କାଟିଥିଲେ ସତ, କିନ୍ତୁ ସେହି ଟଙ୍କାକୁ ନିଜ କର୍ମଚାରୀଙ୍କ ଆକାଉଣ୍ଟରେ ଜମା କରିନଥିଲେ । ଏହି ମାମଲାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ କ୍ରିକେଟରଙ୍କ ଉପରେ ମୋଟ ୨୩ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    12 %
    4.4kmh
    3 %
    Thu
    30 °
    Fri
    34 °
    Sat
    36 °
    Sun
    37 °
    Mon
    38 °

    ସମ୍ବନ୍ଧିତ